କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍‌

156

କଟକ: କଟକର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍‌ ହୋଇଛି । ତାଙ୍କ ସହିତ ପୂର୍ବତନ ଆଇଏସ୍‌ ବିନୋଦ କୁମାର , ସ୍ୱସ୍ତିରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲ୍‌ ଲେଖାଏଁ ଦଣ୍ଡାଦେଶ ହୋଇଛି ।
ସୂଚନା ଅନୁସାରେ, ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍‌ସ କୋର୍ଟ ଏହିପରି ଦଣ୍ଡାଦେଶ ଶୁଣାଇଛି । ମୋକିମ୍‌ଙ୍କ ସହିତ ତାଙ୍କ ତିନି ସହଯୋଙ୍କୁ ଦଣ୍ଡାଦେଶ ସହିତ ୫୦ ହଜାର ଲେଖାଏଁ ଜରିମାନା ହୋଇଛି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍‌ରେ ରହିବେ ବୋଲି କୋର୍ଟ ଶୁଣାଇଛନ୍ତି ।

୨୦୦୦-୨୦୦୧ରେ ବିନୋଦ କୁମାର ORHDC ଏମ୍‌ଡି ଥିଲେ। ସ୍ୱସ୍ତି ମହାନ୍ତି ORHDCର କମ୍ପାନୀ ସେକ୍ରେଟାରୀ ଥିଲେ। ୨୦୦୦ ଜୁନ ୨୪ ତାରିଖରେ ମେଟ୍ରୋ ବିଲ୍‌ଡର ORHDCଠାରୁ ଦେଢ଼ କୋଟି ଟଙ୍କାର ଋଣ କରିଥିଲା। ନୟାପଲ୍ଲୀରେ ମେଟ୍ରୋସିଟି-2 ପ୍ରୋଜେକ୍ଟରେ ୫୦ଟି ଫ୍ଲାଟ ନିର୍ମାଣ ପାଇଁ ଋଣ ଆବେଦନ କରାଯାଇଥିଲା। ସେହି ବର୍ଷ ଜୁଲାଇ-ଅଗଷ୍ଟ ମାସରେ ଋଣ ଦିଆଯାଇଥିଲା। କିନ୍ତୁ ପରେ ସେହି ଋଣ ପରିଶୋଧ କରିନଥିଲା ମେଟ୍ରୋ ବିଲ୍‌ଡରସ। ମେଟ୍ରୋ ବିଲ୍‌ଡରକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା। ଆଜି ସ୍ୱତନ୍ତ୍ର ଭିଜିଲାନ୍‌ସ କୋର୍ଟ ଏ ମାମଲାରେ ରାୟ ଶୁଣାଇଛନ୍ତି।

Comments are closed, but trackbacks and pingbacks are open.