କଟକ ହେବ ସ୍ମାର୍ଟ ସିଟି, ଦଶହରା ଅବସରରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

24

ଭୁବନେଶ୍ଵର: ଖୁବ ଶିଘ୍ର ଓଡିଶାର ଐତିହ୍ୟ ସହର କଟକକୁ ସ୍ମାର୍ଟ ସିଟି କରାଯିବ। ଏ ନେଇ ଆଜି ପୂଜା ମଣ୍ଡପ ବୁଲିଲା ବେଳେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ଯେ, ସରକାର କଟକକୁ ସ୍ମାର୍ଟ ସିଟି କରିବା ପାଇଁ ଅବଗତ ଅଛନ୍ତି। ସେଥିପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି। ଏ ନେଇ ବହୁଦିନରୁ କଟକବାସୀ ଦାବୀ କରିଆସୁଛନ୍ତି।ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଟକର ପ୍ରାୟ ଚାଳିଶଟି ମେଢ ପରିକ୍ରମା କରିଛନ୍ତି। ସେ ମାଙ୍କୁ ଦର୍ଶନ କରିବା ସହିତ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି।

Comments are closed, but trackbacks and pingbacks are open.