କଟକ ଭସାଣ ଗଣ୍ଡଗୋଳ,ଗିରଫଦାରୀ ୯କୁ ବୃଦ୍ଧି

203

କଟକ : ଦଶହରା ଭସାଣ ଉତ୍ସବରେ ଗୋଷ୍ଠୀ ସଂଘର୍ଷ ଘଟଣା I ଆଜି ହାତୀପୋଖରୀ ଅଞ୍ଚଳରେ ଘରେ ଘରେ ପଶି ଯାଞ୍ଚ କରିଛି କମିଶନରେଟ ପୋଲିସ I ଏହି ଘଟଣାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆଜି ଆଉ ୩ ଜଣକୁ ଗିରଫ କରିଛି କମିଶନରେଟ ପୋଲିସ I ହାତୀ ପୋଖରୀ ଅଞ୍ଚଳରେ ବୁଲିବୁଲି ଗିରଫ ହୋଇଥିବା ଅଭିଯୁକ୍ତ ଓ ଫେରାର ଥିବା ଅଭିଯୁକ୍ତଙ୍କ ଘର ଜାଞ୍ଚ କରିଛି ପୋଲିସ । ସେହି ଅଞ୍ଚଳକୁ ଶାନ୍ତି ବଜାୟ ରଖିବା ସହ ଘଟଣାରେ ସମ୍ପୃକ୍ତ ଥିବା ପ୍ରତିଟି ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିବା ସହ କୌଣସି ପ୍ରକାରର ଗୁଜବ ଉପରେ ବିଶ୍ବାସ ନ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପୋଲିସ ।

ଆଜି ହାତୀ ପୋଖରୀ ଏବଂ କଦମରସୁଲ ଅଞ୍ଚଳରେ କମିଶନରେଟ୍ ପୁଲିସ୍‌ ପକ୍ଷରୁ ଯାଞ୍ଚ କରାଯାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଦୁଇ ଏସିପି, ୩ ଜଣ ଆଇଆଇସିଙ୍କ ସହ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ସେପଟେ ଭସାଣ ଉତ୍ସବ ଦିନ ଘଟିଥିବା ଘଟଣା ଅତି ଦୁର୍ଭାଗ୍ୟଜନକ ଥିଲା ଏବଂ ହାତଗଣତି କିଛି ବିଶୃଙ୍ଗଳାକାରୀଙ୍କ ପାଇଁ ଏହି ଘଟଣା ଘଟିଥିଲା ବୋଲି ପୋଲିସ କହିଛି । ସେହି ଅଞ୍ଚଳଗୁଡ଼ିକର ପ୍ରତ୍ୟେକ ପ୍ରବେଶ ପଥରେ ରହିଛି ପୋଲିସର ବ୍ୟାରିକେଟିଂ ।

Comments are closed, but trackbacks and pingbacks are open.