୨୦୨୩ ଓ ୨୦୨୪ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କଲେ ସଂସ୍କୃତି ମନ୍ତ୍ରୀ

11

ଭୁବନେଶ୍ୱର: ୨୦୨୩ ଓ ୨୦୨୪ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଦୁଇ ବର୍ଷ ପାଇଁ ମୋଟ ୬୪ଟି ପୁରସ୍କାର ଘୋଷଣା ହୋଇଛି । ୨୦୨୩ ବର୍ଷ ପାଇଁ ‘ପୁଷ୍କରା’ ଏବଂ ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ‘ଧୋରେ ବାବୁ ଧୋ’ ପାଇଁ ହରିହର ମହାପାତ୍ର ୨୦୨୩ର ଶ୍ରେଷ୍ଠ ଅଭିନେତା ସମ୍ମାନ ପାଇବେ । ନୈନା ଦାସ ଓ ସୁପ୍ରିୟା ନାୟକଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ଏହାସହ ‘ମୋ ବୋଉ ମୋ ଗାଁ’ ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ସମ୍ମାନିତ ହେବାକୁ ଯାଉଛି। ୨୦୨୪ ବର୍ଷ ପାଇଁ ‘ଆଶ୍ରମ’ ଚଳଚ୍ଚିତ୍ର ପୁରସ୍କୃତ ହେବ । ଏହି ଫିଲ୍ମକୁ ଶ୍ରେଷ୍ଠ ଚଳଚ୍ଚିତ୍ରର ସମ୍ମାନ ମିଳିଥିବାବେଳେ ନିର୍ଦ୍ଦେଶକ ଅଶୋକ ପତିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ପୁରସ୍କାର ମିଳିବ। ଅଭିନେତା ବାବୁସାନ ମହାନ୍ତିଙ୍କୁ ‘ପାବାର’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ମୁଖ୍ୟ ଅଭିନେତା ସମ୍ମାନ ମିଳିବ। ‘ଭଗିଆ ଭାରିଜା’ ଚଳଚ୍ଚିତ୍ର ପାଇଁ ଦେବଯାନୀ ଦେଘୁରିଆ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୀତ ହୋଇଛନ୍ତି ସେହିପରି ଶିଶୁ ଚଳଚ୍ଚିତ୍ର ବର୍ଗରେ ‘ଫୁଲ ଫୁଟି ମହକିଲା’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ ହେବ। ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେତାମାନଙ୍କୁ ସମ୍ମାନିତ କରାଯିବ।

Comments are closed, but trackbacks and pingbacks are open.