କଟକ :କଟକରୁ ହଟିଲା କର୍ଫ୍ୟୁ। କର୍ଫ୍ୟୁ କଟକଣା ପ୍ରତ୍ୟାହାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ। ସେ କହିଛନ୍ତି ଏବେ ପରିସ୍ଥିତି ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ସ୍ଥାନମାନଙ୍କରେ ପୋଲିସ ମୁତୟନ କରାଯାଇଛି। କର୍ଫ୍ୟୁ ସମୟରେ କୌଣସି ବିଶୃଙ୍ଖଳା ଘଟିନାହିଁ ବୋଲି ସେ କହିଛନ୍ତି। କର୍ଫ୍ୟୁ ସମୟ ସୀମା ସରିଛି, କିନ୍ତୁ ଏବେବି ଟିମ୍ ଅନୁଧ୍ୟାନ କରୁଛି । ସମ୍ବେଦନଶୀଳ ସ୍ଥାନରେ ପୁଲିସ ମୁତୟନ ରହିବେ। ଯେପରି କୌଣସି ଅପ୍ରିତିକର ପରିସ୍ଥିତି ନଉପୁଜେ ସେ ଦିଗ ଉପରେ ନଜର ରହିବ । ସାଦା ପୋଷାକରେ ପୁଲିସ ମୁତୟନ ହୋଇ ରହିବେ । ଏବେ କଟକରେ କର୍ଫ୍ୟୁ ହଟିଥିଲେ ସହରରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଆଜି (ମଙ୍ଗଳବାର) ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି। ଆଗକୁ ପରିସ୍ଥିତି ଦେଖି ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବା ନେଇ ସେ ସୂଚନା ଦେଇଛନ୍ତି।
Comments are closed, but trackbacks and pingbacks are open.