ଭୁବନେଶ୍ୱର: ବ୍ୟାଙ୍କର ସେବାରୁ ବଞ୍ଚିତ ସବୁ ପଞ୍ଚାୟତରେ ସିଏସ୍ପି ପ୍ଲସ୍ ବ୍ୟାଙ୍କ (ଆମ ବ୍ୟାଙ୍କ) ଆଉଟ୍ଲେଟ୍ ଖୋଲିବା ପାଇଁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ଯୋଜନାର ସହଯୋଗୀ ବ୍ୟାଙ୍କ ମଧ୍ୟ ଏଥିପାଇଁ ଆଗ୍ରହୀ। ଇଣ୍ଟରନେଟ ଅଭାବ ସରକାରଙ୍କର ଏହି ଡିଜିଟାଲ ବ୍ୟାଙ୍କିଂ ଯାତ୍ରାରେ ସାଜିଛି ଏକମାତ୍ର ବାଧକ। ଯେଉଁଠି ବ୍ୟାଙ୍କ ଅଛି ସେଠି ଇଣ୍ଟରନେଟ୍ ଅଭାବରୁ କାମ ହୋଇପାରୁନି। ଏପରିସ୍ଥଳେ ନୂଆ ଶାଖା ଖୋଲିବା ସମ୍ଭବ ହେଉନି। ଗତ ମାସରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ପ୍ରସଙ୍ଗ ଉଠାଇଥିଲେ। ଇଣ୍ଟରନେଟ୍ ସଂଯୋଗ ସମୟ ସାପେକ୍ଷ ହୋଇଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଏପରି ଅଭିଯୋଗ ଆଗରେ ସରକାର ବି ଅସହାୟ ହେବା ସ୍ବାଭାବିକ।
ମେ’ ମାସ ୫ ତାରିଖରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କୋରାପୁଟ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟ ତଦାରଖ କରିଥିଲେ। କିଛି ପଞ୍ଚାୟତରେ ବ୍ୟାଙ୍କ ନଥିବା ହେତୁ ଜନସାଧାରଣ କିପରି ହଇରାଣ ହେଉଛନ୍ତି ତାହା ନିଜେ ଦେଖିଥିଲେ। ସେଠାରୁ ଫେରିବା ପରେ ମୁଖ୍ୟ ସଚିବ ନିଜ ରିପୋର୍ଟରେ ଜିଲାର ସମସ୍ତ ବ୍ୟାଙ୍କ ବିହୀନ ଗ୍ରାମପଞ୍ଚାୟତରେ ଅଗଷ୍ଟ ୧୫ ତାରିଖ ସୁଦ୍ଧା ସିଏସ୍ପି ପ୍ଲସ୍ ବ୍ୟାଙ୍କ କାର୍ଯ୍ୟକ୍ଷମ କରିବା ଲାଗି ସୁପାରିସ କରିଛନ୍ତି।
Next Post
Comments are closed, but trackbacks and pingbacks are open.