ଭୁବନେଶ୍ୱର: ଭୁବନେଶ୍ଵର ସିଆରପିଏଫ ଛକ ପ୍ରିୟଦର୍ଶିନୀ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ତ। ସର୍ଟସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସୂଚନା ମିଳିବା ମାତ୍ରେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଟେଡି ଦୋକାନରେ ନିଆଁ ଲାଗିଥିଲା । ଟେଡି ଓ ଖେଳନା ଯୋଗୁ ନିଆଁ ମାତ୍ରାଧିକ ଭାବେ ବ୍ୟାପିଛି। ନିଆଁ ଲିଭା କାର୍ଯ୍ୟରେ ୪ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ। ରାଜଧାନୀରେ ଲଗାତାର ଅଗ୍ନିକାଣ୍ଡ ଘଟଣା ଚିନ୍ତା ବଢ଼ାଇଛି। ଗତ କିଛି ଦିନ ତଳେ ଲିଙ୍ଗିପୁର ସୁପରମାର୍କେଟ୍ରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଘଟଣା ଏଯାଏଁ ସ୍ମୃତି ମନରୁ ଲିଭିନଥିବା ବେଳେ ଆଜି ପୁଣି CRP ଛକରେ ଏମିତି ଘଟଣା ଲୋକମାନଙ୍କୁ ଭୟଭୀତ କରିଛି। ସ୍ଥାନୀୟ ବ୍ୟବସାୟୀମାନେ କହିଛନ୍ତି, “ନିଆଁ ହଠାତ୍ ଭାବେ ଲାଗିଥିଲା ଏବଂ କିଛି ସମୟ ମଧ୍ୟରେ ଏହା ବହୁତ ବଡ଼ ଆକାର ନେଇଥିଲା।” ଚାରିଆଡେ ଧୁଆଁମୟ ହୋଇଯାଇଥିଲା। ଏପର୍ଯ୍ୟନ୍ତ କେତେ କ୍ଷୟକ୍ଷତି ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନି, କିନ୍ତୁ ବଡ଼ ଆର୍ଥିକ କ୍ଷତି ହେବାର ଆଶଙ୍କା କରାଯାଉଛି।
Comments are closed, but trackbacks and pingbacks are open.