ଶ୍ରାବଣ ମାସର ଦ୍ଵିତୀୟ ସୋମବାରରେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

193

ନୂଆଦିଲ୍ଲୀ: ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର ଶୈବପୀଠରେ ଜଳାଭିଷେକ ନିମନ୍ତେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।  ଶ୍ରାବଣରେ ଉପବାସର ଏକ ବିଶେଷ ନିୟମ ରହିଛି। ବିଶ୍ୱାସ କରାଯାଏ ଯେ, ଶ୍ରାବଣ ସୋମବାର ଉପବାସ ସମୟରେ ପ୍ରଭୁ ଭୋଲେନାଥ ଏବଂ ମାତା ପାର୍ବତୀଙ୍କୁ ପୂର୍ଣ୍ଣ ଭକ୍ତିର ସହିତ ପୂଜା କଲେ ମନସ୍କାମନା ପୂରଣ ହୁଏ। ବିବାହରେ ଆସୁଥିବା ବାଧାବିଘ୍ନ, ଶିଶୁ ସୁଖ, ଅର୍ଥ ଲାଭ, ରୋଗରୁ ମୁକ୍ତି ପାଇବା ପାଇଁ ଶ୍ରାବଣ ସୋମବାରର ଉପବାସ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ସୋମବାର ଦିନ ସ୍ୱତନ୍ତ୍ର ଯୋଗ ଗଠନ ହେତୁ ଏହାର ଗୁରୁତ୍ୱ ବୃଦ୍ଧି ପାଇଛି। ଶ୍ରାବଣରେ ବର୍ଷା ଆରମ୍ଭ ହୁଏ, ତେଣୁ ସୋମବାର ଉପବାସ କଲେ ପୂଣ୍ୟପ୍ରାପ୍ତି ହୁଏ। ଏହି ଦିନରେ କିଛି ଜିନିଷ ନ ନ ଖାଇବା ପାଇଁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି।

Comments are closed, but trackbacks and pingbacks are open.