ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଚାଲିଥିବା ଭିତରେ ଏବେ ଚର୍ଚ୍ଚାରେ କ୍ରସ ଭୋଟିଂ। ଦଳୀୟ ହ୍ୱିପକୁ ଅବମାନନା କରି ୩ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ସ୍ପଷ୍ଟ କଲେ ଭକ୍ତ ଦାସ । କ୍ରସ ଭୋଟିଂ ତାଲିକାରେ କଂଗ୍ରେସର ଦାଶରଥି ଗମାଙ୍ଗ, ସୋଫିଆ ଫିର୍ଦ୍ଦୋସ ଓ ରମେଶ ଜେନା କ୍ରସ୍ ଭୋଟିଂ କରିଛନ୍ତି କହିଲେ ଭକ୍ତି । ସେହିପରି ସୁବାସିନୀ, ସନା ମହାକୁଡ଼, ଅରବିନ୍ଦ ମହାପାତ୍ର ମଧ୍ୟ କ୍ରସ ଭୋଟିଂ କରିଥିବା ସୂଚନା । ଅନ୍ୟପଟେ ବିଜେଡିରୁ ସୌଭିକ ବିଶ୍ୱାଳ ଓ ଚକ୍ରଧର କହଁର କ୍ରସ୍ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି । ତେବେ ୮ ଜଣ କ୍ରସ ଭୋଟିଂ କରିଥିବା ସୂଚନା ମିଳିଛି । କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ କିଛି ଦିନ ହେବ ନିଖୋଜ ହୋଇଯାଇଥିଲେ । ହଠାତ ସେ ବିଧାନସଭାରେ ପହଂଚି ମତଦାନ କରିଥିଲେ । ମତଦାନ ପରେ ଗଣମାଧ୍ୟମକୁ କହିଥିଲେ କି ସେ ଦଳ ନିର୍ଦ୍ଦେଶରେ ଭୋଟ ଦେଇଛନ୍ତି । ହେଲେ ଏବେ ଚର୍ଚ୍ଚା ହେଉଛି କି, ସେ କ୍ରସ୍ ଭୋଟିଂ କରିଛନ୍ତି । ସେହିଭଳି ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ ମଧ୍ୟ କ୍ରସ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି, ପ୍ରଭାତ ବିଶ୍ୱାଳଙ୍କୁ ବିଜେଡି କିଛିଦିନ ତଳେ ଦଳରୁ ନିଲମ୍ବନ କରିଥିଲେ । ସେପଟେ ମହମ୍ମଦ ମୋକିମ୍ କଂଗ୍ରେସ ଛାଡ଼ି ନୂଆ ଦଳ ଗଢ଼ୁଛନ୍ତି, ତାଙ୍କ ଝିଅ ତଥା କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ରାଜ୍ୟସଭା ନିର୍ବାଚନ ନେଇ କଂଗ୍ରେସରେ ହୋଇଥିବା ବିଭିନ୍ନ ବୈଠକରେ ଅନୁପସ୍ଥିତ ରହିଥିଲେ । ଆଜି ଭୋଟ ଦେବା ପରେ ସେ ଗଣମାଧ୍ୟମ ଠାରୁ ଦୂରେଇ ଚାଲିଯାଇଥିଲେ ।
Comments are closed, but trackbacks and pingbacks are open.