ରାଜ୍ୟସଭା କ୍ରସ୍ ଭୋଟିଂ ଅଭିଯୋଗ ଖାରଜ; ବିଜେଡିକୁ ବଡ ଝଟକା

21

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିବା ଅଭିଯୋଗରେ ଅଯୋଗ୍ୟ ଘୋଷଣା କରିବାକୁ ବିଜେଡ଼ି ପକ୍ଷରୁ କରାଯାଇଥିବା ଆବେଦନ ଖାରଜ ହୋଇଛି । ବାଚସ୍ପତି ସୁରମା ପାଢ଼ୀ ଆବେଦନକୁ ଖାରଜ କରିବା ସହିତ ୮ ବିଧାୟକଙ୍କ ସଭ୍ୟ ପଦକୁ ବଜାୟ ରଖିଛନ୍ତି । ଗତ ରାଜ୍ୟସଭା ନିର୍ବାଚନରେ ବିଜେଡ଼ିର ୮ ଜଣ ସଦସ୍ୟ ଦଳୀୟ ହ୍ୱିପକୁ ଅବମାନନା କରି ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ । ରମାକାନ୍ତ ଭୋଇ, ଅରବିନ୍ଦ ମହାପାତ୍ର, ନବକିଶୋର ମଲ୍ଲିକ, ସନାତନ ମହାକୁଡ଼, ଚକ୍ରମଣି କହଁର ଓ ସୁବାସିନୀ ଜେନାଙ୍କୁ ଦଳ ନିଲମ୍ବିତ କରିବା ସହିତ ଅଯୋଗ୍ୟ ଘୋଷଣା କରିବାକୁ ବିଜେଡ଼ି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିଧାନସଭା ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲେ । ସମସ୍ତ ବିଧାୟକମାନେ ସ୍ୱେଚ୍ଛାକୃତଭାବେ ଦଳର ସଦସ୍ୟତା ତ୍ୟାଗ କରିଥିବାରୁ ବାଚସ୍ପତି ଆବେଦନକୁ ଖାରଜ କରିଛନ୍ତି ।

Comments are closed, but trackbacks and pingbacks are open.