ଜାନୁଆରୀ ୪ରୁ ୧୪ ହେବ କୁମ୍ଭୀର ଗଣନା, ଭିତରକନିକା ୧୧ଦିନ ବନ୍ଦ ରହିବ

30

ରାଜନଗର:ଜାନୁଆରୀ ୪ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକାରେ କୁମ୍ଭୀର ଗଣନା । ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକାରେ ପ୍ରତିବର୍ଷ ପରି ଚଳିତବର୍ଷ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ବିଶାରଦ ଡା. ସୁଧାକର କରଙ୍କ ନେତୃତ୍ୱରେ ବନକର୍ମଚାରୀ କୁମ୍ଭୀର ଗଣନା କରିବେ। ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳ ଗୁଡିକରେ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ଗଣନା ପାଇଁ ପ୍ରାୟ ୧୧ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଗତବର୍ଷ ଗଣନା ଅନୁସାରେ ଭିତରକନିକାରେ ୧୭୮୪ଟି ବଉଳା କୁମ୍ଭୀର ଅଛନ୍ତି।

Comments are closed, but trackbacks and pingbacks are open.