କ୍ରାଇମବ୍ରାଞ୍ଚ ଆଇଜି ସଫିନ୍‌ ଅହମ୍ମଦଙ୍କ ପରଲୋକ

18

ଭୁବନେଶ୍ୱର: ଓଡ଼ିଶା କ୍ୟାଡର୍‌ର ଦକ୍ଷ ଆଇପିଏସ୍‌ ଅଫିସର ତଥା କ୍ରାଇମବ୍ରାଞ୍ଚ ଆଇଜି ସଫିନ୍‌ ଅହମ୍ମଦଙ୍କ ପରଲୋକ ଘଟିଛି। ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ କେରଳର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସଫିନ୍‌ ଅହମ୍ମଦ ୨୦୦୩ ବ୍ୟାଚ୍‌ର ଜଣେ ସୁନାମଧନ୍ୟ ଆଇପିଏସ୍‌ ଅଫିସର ଥିଲେ। ସେ ପୂର୍ବରୁ ବ୍ରହ୍ମପୁର ଏସ୍‌ପିଙ୍କ ସମେତ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି। ତାଙ୍କ ବିୟୋଗ ଓଡ଼ିଶା ପୋଲିସ ପାଇଁ ଏକ ଅପୂରଣୀୟ କ୍ଷତି। ସଫିନ୍‌ଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ସଫିନ୍‌ଙ୍କ ଅକାଳ ବିୟୋଗ ଖବର ମୋତେ ସ୍ତବ୍ଧ କରିଛି। ଓଡ଼ିଶା ପୋଲିସସେବାରେ ତାଙ୍କର ଅବଦାନ ସଦା ସ୍ମରଣୀୟ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ପ୍ରଭୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ ଏବଂ ଅମର ଆତ୍ମାର ସଦ୍‌ଗତି ହେଉ।” ସେହିପରି ରାଜ୍ୟ ମନ୍ତ୍ରୀମଣ୍ଡଳର ବହୁ ମନ୍ତ୍ରୀ, ବରିଷ୍ଠ ନେତା ଓ ଅଫିସରବୃନ୍ଦ ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି।

Comments are closed, but trackbacks and pingbacks are open.