ବିଶାଖାପାଟଣା: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା ସହିତ ଭାରତ ସିରିଜକୁ ୨-୧ରେ ଜିତି ଯାଇଛି।ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଉଇକେଟ ହରାଇଥିଲେ ମଧ୍ୟ କ୍ବିଣ୍ଟନ ଡି’କକ ଏବଂ ଅଧିନାୟକ ଟେମ୍ବା ବାଭୁମା ଲଢୁଆ ବ୍ୟାଟିଂ କରି ଦଳକୁ ଆଗକୁ ନେଇଥିଲେ। ବାଭୁମା ୪୮ ରନ କରି ଆଉଟ ହୋଇଥିବା ବେଳେ ଡିକକ ବ୍ୟାଟିଂ ଜାରି ରଖି ଶତକ ହାସଲ କରିଥିଲେ । ସେ ୧୦୬ ରନ୍ର ଏକ ଆକର୍ଷଣୀୟ ଇନିଂସ ଖେଳିଥିଲେ । ଭାରତ ଆଗରେ ବିଜୟ ପାଇଁ ୨୭୧ ରନ୍ର ଲକ୍ଷ୍ୟ ଥିବାବେଳେ ଭାରତ ପକ୍ଷରୁ ଦୁଇ ଓପନର ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ରୋହିତ ୭୫ ରନ୍ କରିଥିବା ବେଳେ ଜୟସ୍ବାଲ ଅପରାଜିତ ୧୧୬ ରନ୍ର ଦମ୍ଦାର ଇନିଂସ୍ ଖେଳିଥିଲେ । ସେହିପରି ବିରାଟ କୋହଲି ବିସ୍ଫୋରକ ଇନିଂସ ଖେଳି ମାତ୍ର ୪୫ ବଲରେ ୬୫ ରନ୍ କରିଥିଲେ।
Comments are closed, but trackbacks and pingbacks are open.