ଗଞ୍ଜାମର କୁଶଳୀ ମାନବସମ୍ବଳକୁ ଉପଯୋଗ କରି ରୋଜଗାରର ନୂଆ ସୁଯୋଗ ତିଆରି କରିବା- ଧର୍ମେନ୍ଦ୍ର ପ୍ରଧାନ

254

ଛତ୍ରପୁର, ଅଗଷ୍ଟ ୧୦ –  ଅପାର ସମ୍ଭାବନାର ଅଞ୍ଚଳ ଗଞ୍ଜାମ ହେଉଛି କଳା, ଦକ୍ଷତା ଏବଂ ପରିଶ୍ରମୀ ଲୋକଙ୍କ ସହର । ଗଞ୍ଜାମ ଜିଲ୍ଲାର ବିକାଶ ନ ହେଲେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ । ଗଞ୍ଜାମର ବ୍ୟବସାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆମକୁ ଯୋଜନା କରିବାକୁ ପଡ଼ିବ । ଗଞ୍ଜାମର ମାନବସମ୍ବଳକୁ ଉପଯୋଗ କରି ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରିବା ପାଇଁ ଆମକୁ ଦାୟିତ୍ୱ ନେବାକୁ ହେବ ବୋଲି ରବିବାର ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଆୟୋଜିତ ‘ଗରିବ କଲ୍ୟାଣ ଓ ବିକାଶ ସମାବେଶ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅପାର ସମ୍ଭାବନାର ଅଞ୍ଚଳ ଗଞ୍ଜାମ ହେଉଛି କଳା, ଦକ୍ଷତା ଏବଂ ପରିଶ୍ରମୀ ଲୋକଙ୍କ ସହର । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୂଳଦୁଆ ପଡ଼ିଥିଲା କଟକର ଇଦଗା ପଡ଼ିଆରେ । ତେବେ ଏହା ପୂର୍ବରୁ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜଙ୍କ ଉଦ୍ୟମରେ ରମ୍ଭା ରାଜ ପ୍ରସାଦରେ ପ୍ରଥମ ରମ୍ଭା ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ଓଡ଼ିଆଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ଆନୁଷ୍ଠାନିକ ସମିତି ଗଠନ ଲାଗି ପ୍ରସ୍ତାବ ଦିଆଯାଇଥିଲା । ଗଞ୍ଜାମର ଲୋକମାନେ ଅଧିକ ଦକ୍ଷ, ଯେଉଁମାନେ ଗୁଜୁରାଟ, ସୁରଟ ସମେତ ବାହାର ରାଜ୍ୟରେ କାମ କରି ସେଠାକାର ଅର୍ଥନୀତିକୁ ବଢାଉଛନ୍ତି । ଦୁଃଖର ବିଷୟ, ଏହି ଜିଲ୍ଲାରୁ ଲମ୍ବା ସମୟ ଧରି ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଗଞ୍ଜାମ ଯେଉଁଠି ପହଞ୍ଚିବା କଥା, ସେଇଠି ପହଞ୍ଚିପାରିନାହିଁ । ପ୍ରତ୍ୟେକ ଘରୁ ଯୁବକମାନେ ନିଜ ମାଆ ଭଉଣୀଙ୍କୁ ଛାଡି, ଭିଟାମାଟିକୁ ତ୍ୟାଗ ଦେଇ ରୋଜଗାର ଆଶାରେ ବାହାରକୁ ଯାଉଛନ୍ତି । ଏହା ହେଉଛି ମୂଳ ପ୍ରଶ୍ନ । ବିନା ଗଞ୍ଜାମ ଜିଲ୍ଲାର ବିକାଶରେ ବିକଶିତ ଓଡ଼ିଶା ହୋଇପାରିବ ନାହିଁ । ଗଞ୍ଜାମର ବ୍ୟବସାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆମକୁ ଯୋଜନା କରିବାକୁ ପଡ଼ିବ । ଆମର ଦାୟିତ୍ୱ ଏହି ଅଞ୍ଚଳରେ ଅଧିକ ରୋଜଗାର ସୃଷ୍ଟି କରିବା । ଏଠାକାର ଶିକ୍ଷା, ଦକ୍ଷତାକୁ ଆଗକୁ ନେବାକୁ ହେବ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି,  ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନା କାରଣରୁ ଏଠାରେ ବିଜ୍ଞାନ ଶିକ୍ଷାରେ ଆଗକୁ ନେବା ପାଇଁ ୧୧୦୦ କୋଟି ଟଙ୍କା ବ୍ୟୟରେ ଆଇଜର, ବ୍ରହ୍ମପୁର ପରି ବିଶ୍ୱସ୍ତରୀୟ ଅନୁଷ୍ଠାନ ସ୍ଥାପନା ହୋଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ସହ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରାୟ ୨୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଆଜି IREL (ଇଣ୍ଡିଆ) ଲିମିଟେଡ୍ ଦ୍ୱାରା ଅତ୍ୟାଧୁନିକ ଟେକ୍ନୋଲୋଜି ସାହାଯ୍ୟରେ ପାନୀୟ ଜଳର ଅଭାବକୁ ଦୂର କରିବା ପାଇଁ ଲୁଣ ପାଣିକୁ ମଧୁର ଜଳରେ ପରିଣତ କରିବା ଦିଗରେ ଅଭିନବ ପଦକ୍ଷେପ ନିଆଯାଇଛି । ଏମକେସିଜି ମେଡିକାଲ କଲେଜ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ, କଲେଜ ଅଫ୍ ଆର୍ଟ ଆଣ୍ଡ୍ କ୍ରାଫ୍ଟସ୍, ଖଲ୍ଲିକୋଟ, ଆର୍ମି ଡିଫେନ୍ସ କଲେଜ, କଲେଜ ଅଫ ଫିସରିଜର ଉନ୍ନତି କରି ଗଞ୍ଜାମର ମାନବସମ୍ବଳକୁ ଉପଯୋଗ କରିବା । ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ ଛୋଟ ଉଦ୍ୟୋଗ ବା ଏମଏସଏମଇ କ୍ଷେତ୍ରରେ ଯେଉଁମାନେ ନିବେଶ କରିବେ, ସେଥିପାଇଁ ବାହାର ରାଜ୍ୟରେ ରୋଡ୍ ସୋ ହେବ । ଏହି ସମସାମୟିକ ସ୍ଥିତିରେ ଆମର ଯୁବପିଢିମାନେ ଲକ୍ଷ୍ୟ ରଖିବା ଉଚିତ୍, କେବଳ ରୋଜଗାର କରିବା ନାହିଁ ବରଂ ରୋଜଗାର ଦେବା ପାଇଁ ଚେଷ୍ଟା କରିବା । ବୁଣାକାରମାନଙ୍କ ବ୍ୟବସାୟକୁ ବଢାଇବା ସହ ହସ୍ତତନ୍ତ ପୋଷାକର ପୁନଃ ପରିଚୟ ଦେବାକୁ ଦାୟିତ୍ୱ ନେବାକୁ ହେବ ।

ଡବଲ ଇଞ୍ଜିନ ସରକାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ବ୍ୟକ୍ତିକୁ ଘର ଦିଆଯାଉଛି । ଓଡ଼ିଶାର ଚାଷୀମାନଙ୍କର ହିତ ପାଇଁ କ୍ୱିଣ୍ଟାଲ ପିଛା କେନ୍ଦ୍ର ସରକାରଙ୍କ ଧାନର ଏମଏସପି ୨୩୦୦ ଟଙ୍କା ଉପରେ ଅଧିକ ୮୦୦ ଟଙ୍କାର ଇନ୍‌ପୁଟ୍ ସହାୟତା ରାଶି ତଥା ସମୁଦାୟ ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି । ଚାଷୀଙ୍କ କଲ୍ୟାଣ ନିମନ୍ତେ ପଶୁପାଳନ ଓ ଦୁଗ୍ଧ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ସବସିଡି ପ୍ରଦାନ କରାଯାଉଛି । ସୁଭଦ୍ରା ଯୋଜନାରେ ମାଆ ଭଉଣୀମାନଙ୍କୁ ଆର୍ଥିକ ସହାୟତା ଦେଇ ଆତ୍ମନିର୍ଭର କରାଯାଉଛି । ନୂଆ ରାସନ୍ କାର୍ଡ, ପିଏମ ସୂର୍ଯ୍ୟ ଘର ଯୋଜନାରେ ସୋଲାର ପ୍ୟାନେଲ,  ପ୍ରତି ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି ।  ଶହୀଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ଜନଜାତି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି, ପିଏମ ଶ୍ରୀ ଯୋଜନାରେ ପ୍ରତି ସ୍କୁଲର ବିକାଶ କରାଇବାର ଦାୟିତ୍ୱ ଡବଲ ଇଞ୍ଜିନ ସରକାର ନେଇଛନ୍ତି । ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ତଥା ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫% ଆସନ ସଂରକ୍ଷଣ ପ୍ରଦାନ କରାଯାଇଛି । ଗଞ୍ଜାମରେ ସଡ଼କ, ରେଳ, ବନ୍ଦର ଏବଂ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି । ଗଞ୍ଜାମ, ଗୋପାଳପୁର, ବ୍ରହ୍ମପୁରକୁ ବ୍ୟବସାୟ ଓ ପର୍ଯ୍ୟଟନ ଭିତ୍ତିକ ଅର୍ଥନୀତିରେ ପରିଣତ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ମତପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ଓ ଅଞ୍ଚଳର ବିଧାୟକମାନେ ପ୍ରମୁଖ ଯୋଗଦେଇଥିଲେ ।

13 Comments
  1. how to buy androxal usa price

    cheap androxal cheap genuine

  2. low testosterone and enclomiphene

    online order enclomiphene canada price

  3. purchase rifaximin usa mastercard

    purchase rifaximin uk online pharmacy

  4. can you buy xifaxan in usa without a precpition

    Buy xifaxan online consultation us

  5. online order staxyn no rx needed

    buy staxyn generic does it works

  6. how to order avodart canada cost

    cheapest buy avodart generic name

  7. how to order dutasteride cost insurance

    cheapest buy dutasteride price south africa

  8. cheap flexeril cyclobenzaprine purchase singapore

    get the best flexeril cyclobenzaprine tablets flexeril cyclobenzaprine

  9. get gabapentin generic uk

    no prescription cod gabapentin

  10. buy cheap fildena cheap no prescription

    ordering fildena buy in london

  11. generic itraconazole in south africa

    buy itraconazole price discount

  12. zdarma kamagra kanada

    značka usa phizer hame kamagra od phizer

  13. générique kamagra au brésil

    existe-t-il un générique kamagra disponible aux usa

Comments are closed, but trackbacks and pingbacks are open.