ବାଣ ଧୂଆଁ ରେ ଫୁସଫୁସ ହୋଇପାରେ ଆକ୍ରାନ୍ତ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

31

ଦୀପାବଳିରେ ବାଣ ଫୁଟାଇବା କୁ ନେଇ ସରକାରୀ ସ୍ତରରେ କୌଣସି ରୋକ ଏ ପର୍ଯ୍ୟନ୍ତ ଲଗାଯାଇ ନାହିଁ I କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁସାରେ ବାଣ ଫୁଟାଇବା ଉପରେ ଲାଗିପାରେ ସଂପୂର୍ଣ୍ଣ କଟକଣା । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ବାଣ ଫୁଟିଲେ ଫୁସଫୁସକୁ ପ୍ରଭାବିତ କରିବ । ଏହା ସହ ବିଜୟ ମହାପାତ୍ର କହିଛନ୍ତି, ଆମେ ଏବେ ଏଣ୍ଡାମିକ୍ ସ୍ଥିତିରେ ରହିଛୁ । ଅର୍ଥାତ୍ ଏବେ କୋଭିଡ୍ ରହିବ । ଭୁବନେଶ୍ୱରରେ ସଂକ୍ରମଣ ତଳ ଉପର ହୋଇ ପ୍ଲାଟୋ ଷ୍ଟେଜରେ ରହିଛି । ଟ୍ରାନ୍ସମିସନ ଭଳି ପରିବେଶ ସୃଷ୍ଟି ନକରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଆଗକୁ ବୁଷ୍ଟର ଡୋଜ ର ବଶ୍ୟକତା ରହିଛି କିନ୍ତୁ ଟେକ୍ନିକାଲ କମିଟିର ଷ୍ଟଡି ରିପୋର୍ଟ ଆସିନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।ନୂଆ ଭ୍ୟାରିଆଣ୍ଟକୁ ନେଇ ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଇନ୍ଦୋରରେ ସାତଟି ଓ ମହାରାଷ୍ଟ୍ରରେ କିଛି ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ଏହା ୧୦ ପ୍ରତିଶତ ଅଧିକ ସଂକ୍ରମିତ କରିବ । ଡେ଼ଲ୍ଟା ପ୍ଲସ ପ୍ରଜାତିର ଏହା ନୂଆ ଭ୍ୟାରିଆଣ୍ଟ । ଯଦିଓ ପ୍ରଥମେ ଡିଟେକ୍ଟ ହୋଇଛି ତାକୁ ଭ୍ୟାରିଏଣ୍ଟ ଅଫ ଇନଭେଷ୍ଟିଗେସନରେ ରଖାଯାଇଛି । ତାପରେ ଭ୍ୟାରିଏଣ୍ଟ ଅଫ ଇଣ୍ଟ୍ରେଷ୍ଟ ତାପରେ କନସର୍ଣ୍ଣ । ଭ୍ୟାରିଏଣ୍ଟ ଅଫ କନସର୍ଣ୍ଣ ଷ୍ଟେଜ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଘୋଷଣା କରିନାହିଁ । ଏହା ଭ୍ୟାରିଏଣ୍ଟ ଅଫ ଇନଭେଷ୍ଟିଗେସନ ୟୁ.କେ ବୋଲି ଘୋଷଣା କରିଛି । ତେବେ ସଂକ୍ରମିତ ହୋଇଥିବା ସେନାଅଧିକାରୀଙ୍କ ସମେତ ଅନ୍ୟ ୭ ଜଣ ସମସ୍ତେ ଡବଲ ଡୋଜ ଟୀକା ନେଇସାରିଛନ୍ତି I

Leave A Reply

Your email address will not be published.