ସାଧାରଣତନ୍ତ୍ର ଦିବସରେ ଦେଶର ସମ୍ବିଧାନ ଓ ଭାଇଚାରା ରକ୍ଷା ପାଇଁ ସିପିଏମ ର ଆହ୍ୱାନ

22

ସି ପି ଆଇ ( ଏମ ) ଭୁବନେଶ୍ୱର ଆଞ୍ଚଳିକ କମିଟି ତରଫରୁ ସହର ର ବିଭିନ୍ନ ସ୍ଥାନରେ ପାଳନ ହୋଇଛି ୭୪ତମ ସାଧାରଣତନ୍ତ୍ର ଦିବସ। ପାର୍ଟିର ୟୁନିଟ 9 ଆଞ୍ଚଳିକ କମିଟି କାର୍ଯ୍ୟାଳୟ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଶ୍ରୀ ସୁରେଶ ପାଣିଗ୍ରାହୀ ତ୍ରିରଙ୍ଗା ଝଣ୍ଡା ଉତ୍ତୋଳନ କରି ଦେଶର ସାମ୍ପ୍ରଦାୟୀକ ସଦଭାବନା ଓ ସାମ୍ବିଧାନିକ ଗଣତନ୍ତ୍ର ର ସୁରକ୍ଷା ପାଇଁ ଉପସ୍ଥିତ ସଭ୍ୟ ସମର୍ଥକ ମାନଙ୍କୁ ଉଦବୋଧନ ଦେଇଥିଲେ l ଭୁବନେଶ୍ୱର ସିପିଆଇ ଏମ ଲୋକଲ କମିଟି ସମ୍ପାଦକ ତଥା ବିଶିଷ୍ଟ ମାନବାଧିକାର କର୍ମୀ ଶ୍ରୀ ପଦୀପ୍ତ ନାୟକ ଓୟୁଏଟି ଶ୍ରମିକ ୟୁନିୟନ , ଡୁମୁଡୁମା ଶ୍ରମିକ କାର୍ଯ୍ୟାଳୟ ରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ବିଧାନ ର ସୁରକ୍ଷା ନିମନ୍ତେ ସମସ୍ତ ଶ୍ରମିକ ଭାଇ ଭଉଣୀ ମାନଙ୍କୁ ଶପଥ ପାଠ କରାଇଥିଲେ ।ସୁଦୃଢ ସମ୍ବିଧାନ , ଗଣତନ୍ତ୍ର , ଦୁର୍ନୀତି ମୁକ୍ତରାଷ୍ଟ୍ର ସହିତ କଣ କଲେ ଶ୍ରମିକ ଓ କୃଷକ ମାନେ କିପରି ନିଜ ନିଜର ହକ ପାଇପାରିବେ ସେ ସମ୍ପର୍କରେ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାମଚାନ୍ଦ୍ର ତ୍ରିପାଠୀ, ଚାମ୍ବୁର ସୋରେନ, ଶ୍ରମିକ ନେତା ସତ୍ୟରଞ୍ଜନ ମହାପାତ୍ର, ବସନ୍ତ ସାହୁ, ସତ୍ୟନାରାୟଣ ସାହୁ, ଅମ୍ବୁଞ୍ଜ ନାଥ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l

Comments are closed, but trackbacks and pingbacks are open.