ଭୁବନେଶ୍ବର: ବରିଷ୍ଠ ସିପିଆଇ ନେତା ଦିବାକର ନାୟକଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଥିଲା।ସେ କିଡନୀ ରୋଗରେ ପିଡତ ହୋଇ ଏମସରେ ଚିକିତ୍ସିତ ହେଉଥିଲା। ଦୁଇଦିନ ତଳେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଯ୍ୟ କରି ସିପିଆଇ କାର୍ଯ୍ୟାଳୟ ଭଗବତୀ ଭବନରେ ରହୁଥିଲେ। ହେଲେ ଗତକାଲି ବିଳମ୍ବିତ ରାତିରେ ଦେହତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ସିପିଆଇର ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରୁଥିଲେ। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସେଣ୍ଢତୀରା ଗାଁରେ ଜନ୍ମ ଗ୍ରହଣ କରିଥିଲେ ଦିବାକର ନାୟକ । ଛାତ୍ର ରାଜନୀତିରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ତାଙ୍କ ବିୟୋଗରେ ବାମ ଦଳ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ନିଜ ଗାଁ ଭଦ୍ରକ ସେଣ୍ଢିତୀରାରେ ଦିବାକର ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।
Comments are closed, but trackbacks and pingbacks are open.