ପୌର ନିର୍ବାଚନ ପାଇଁ କୋଭିଡ୍ କଟକଣା ହଟିଲା : ରାଜ୍ୟ ନିର୍ବାଚନ କମିଶନ

28

ରାଜ୍ୟରେ ଆସନ୍ତା ୨୪ ତାରିଖ ରେ ହେବାକୁ ଯାଉଛି ପୌର ନିର୍ବାଚନ I ଚଳିତ ମାସ ୨ ତାରିଖ ରୁ ଆରମ୍ଭ ହୋଇ ଆଜି ହେଉଛି ନାମାଙ୍କନ ପତ୍ର ଦାଖଲ ର ଶେଷ ଦିନ I ବର୍ତ୍ତମାନ ରାଜ୍ୟରେ ଥିବା ସମସ୍ତ ରାଜନୈତିକ ଦଳଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଛନ୍ତି । ଏହା ମଧ୍ୟରେ ଆଜି ରାଜ୍ୟ ନିର୍ବାଚନ କମିଶନ ଗାଇଡଲାଇନ୍ ଘୋଷଣା କରିଛନ୍ତି । ପୌର ନିର୍ବାଚନ ପ୍ରଚାରରେ ରହିବ ନାହିଁ କୌଣସି କୋଭିଡ୍ କଟକଣା। ପ୍ରାର୍ଥୀମାନେ ପୂର୍ବରୁ ଯେମିତି ପ୍ରଚାର କରୁଥିଲେ ସେଭଳି ପ୍ରଚାର କରିପାରିବେ। ସମସ୍ତ ରାଜନୈତିକ ଦଳମାନେ ବିନା କଟକଣାରେ ସେମାନଙ୍କର ପ୍ରଚାର କାର୍ଯ୍ୟ କରିପାରିବେ । ରାଜ୍ୟରେ ବର୍ତ୍ତମାନ କୋଭିଡ୍ ସଂକ୍ରମଣ ଆୟତରେ ରହିଛି । ସାଧାରଣ ଭାବେ ଯେପରି ପ୍ରଚାର ହୁଏ, ସେପରି ପୌର ନିର୍ବାଚନରେ ପ୍ରଚାର କରାଯିବ । କିନ୍ତୁ ଯଦି ଆଗକୁ ସଂକ୍ରମଣ କେସ୍ ବଢେ, ତେବେ କଟକଣା ଲାଗୁ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ପୋଲିଂ ଟିମରେ ଜଣେ ଲେଖାଏଁ ପ୍ରିଜାଇଡିଂ ଅଫିସର ଓ ୪ ଜଣ ପୋଲିଂ ଅଫିସର ରହିବେ । ଏଥର ରାଜ୍ୟର ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ମୋଟ ୪୫୮୪ଟି ବୁଥରେ ଇଭିଏମ୍ ମାଧ୍ୟମରେ ଭୋଟ ମତଦାନ ହେବ । ଭୋଟରଙ୍କ ମନ ପସନ୍ଦର ପ୍ରାର୍ଥୀ ନଥିଲେ ସେମାନେ ନୋଟା ଅପ୍ସନ ବ୍ୟବହାର କରିପାରିବେ । ପ୍ରତ୍ୟେକ ବୁଥରେ ଦୁଇଟି ଲେଖାଏଁ ଇଭିଏମ୍ ରହିବ ।

Comments are closed, but trackbacks and pingbacks are open.