ଭୁବନେଶ୍ୱର: ଓଡ଼ିଶାରେ ପୁଣି ଥରେ କୋଭିଡ୍ ସଂକ୍ରମଣର ମାମଲା ସାମ୍ନାକୁ ଆସିଛି। ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରୁ ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ ଜଣକ ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଆକ୍ରାନ୍ତ ବ୍ୟକ୍ତିଜଣକ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି, ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଦୀର୍ଘ ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି କୋଭିଡ୍ ମାମଲା ସାମ୍ନାକୁ ଆସିଥିବାରୁ ସାଧାରଣରେ ଚିନ୍ତା ବୃଦ୍ଧି ପାଇଛି।
Comments are closed, but trackbacks and pingbacks are open.