ପୀୟୂଷଙ୍କ ଉପରୁ କଟକଣା ହଟାଇଲେ କୋର୍ଟ

203

ଭୁବନେଶ୍ବର: ଦର୍ଶକଙ୍କ ପାଇଁ ଖୁସି ଖବର । ମଞ୍ଚରେ ହସାଇବେ କନ୍ଦାଇବେ ଅଭିନେତା ପୀୟୂଷ ତ୍ରିପାଠୀ । ପୀୟୂଷଙ୍କୁ ମଞ୍ଚ ଚଢ଼ିବାକୁ ଅନୁମତି ଦେଲେ ଭୁବନେଶ୍ବର ଅଦାଲତ । ଆଜିଠୁ ମଞ୍ଚରେ ଅଭିନୟ କରିବାକୁ ଅନୁମତି ଦେଇଛନ୍ତି କୋର୍ଟ । ଚୁକ୍ତି ଖିଲାପ କରିଥିବା ଅଭିଯୋଗ ନେଇ ପୀୟୂଷଙ୍କ ବିରୋଧରେ କୋର୍ଟ ଯାଇଥିଲେ ଅପେରା ସୂର୍ଯ୍ୟ ମନ୍ଦିରର ପ୍ରଯୋଜକ ପ୍ରମୋଦ ସ୍ୱାଇଁ । କୋର୍ଟଙ୍କ ରାୟ ପରେ ପୀୟୂଷ ତ୍ରିପାଠୀଙ୍କ ପ୍ରଥମ ପ୍ରତିକ୍ରିୟା। ମୋ ପାଇଁ ଖୁସିର ମୁହୂର୍ତ୍ତ କହିଲେ ପୀୟୂଷ। ଆଜି ମୋର ନାଟକ ନାହିଁ, କାଲିଠୁ ମଞ୍ଚରେ ଚଢ଼ିବି। ବିବାଦ, ଖରାପ ସମୟରୁ ଦୂରେଇକି କେବଳ ନାଟକ କରିବି। ସମୟ ଖରାପ ଥିଲା, ଖରାପ ସମୟ ଚାଲିଗଲା ଏବେ କେବଳ ନାଟକ କରିବି।

Comments are closed, but trackbacks and pingbacks are open.