ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

25

ଭୁବନେଶ୍ବର: ଗୁଣିଗାରେଡ଼ି ସନ୍ଦେହରେ ଏକ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହରିଚନ୍ଦନପୁର ବ୍ଲକ ରାସୋଳ ଝିମିକିପାଟିଆ ଗ୍ରାମରେ ବିଳମ୍ବିତ ରାତିରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ। ପୁଲିସ ଦମ୍ପତିଙ୍କ ଶବ ଜବତ କରି ତଦନ୍ତ ଚଳାଇଛି। ସୂଚନା ମୁତାବକ କେନ୍ଦୁଝର ଜିଲ୍ଲା ରାସୋଳ ଝିମିକିପାଟିଆ ଗ୍ରାମର ବାହାଡ଼ା ମୁର୍ମୁ(୪୫) ଓ ତାଙ୍କ ସ୍ତ୍ରୀ ଧାନୀ ମୁର୍ମୁ(୩୫) ଖାଇପିଇ ଘରଚାଳିଆରେ ଶୋଇଥିଲେ। ଘର ଭିତରେ ସେମାନଙ୍କ ୨୨ ବର୍ଷୀୟା ଝିଅ ଶୋଇଥିଲେ। ବିଳମ୍ବିତ ରାତିରେ ଦମ୍ପତିଙ୍କୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହତ୍ୟା କରି ଚାଲିଯାଇଥିବା ଜଣାଯାଇଛି। ତେବେ ହତ୍ୟାକାରୀ କେତେଜଣ ଥିଲେ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ଘଟଣା ସଂପର୍କରେ ଝିଅ କିଛି ଜାଣି ନଥିବା କହୁଛନ୍ତି। ଏଣେ ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ଗାଁରେ ଚର୍ଚ୍ଚା ହେଉଛି। ଖବର ପାଇ ହରିଚନ୍ଦନପୁର ଓ ଦୈତାରୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed, but trackbacks and pingbacks are open.