୩ଟି ରାଜ୍ୟରେ ଭୋଟ୍ ଗଣତି

21

ଆଜି ଦେଶର ୩ଟି ରାଜ୍ୟରେ ଚାଲିଥିବା ଭୋଟ୍ ଗଣନା । ନାଗାଲାଣ୍ଡ୍‌ରେ ‘ବିଜେପି’ ଅନ୍ୟ ଦଳମାନଙ୍କଠାରୁ ଅଗ୍ରଣୀ ଥିବା ବେଳେ ତ୍ରିପୁରା ଓ ମେଘାଳୟରେ ଚାଲେଞ୍ଚ୍‌ର ସମ୍ମୁଖୀନ ହୋଇଛି । ସଂଗୃହୀତ ସଦ୍ୟତମ ସୂଚନା ଅନୁସାରେ, ନାଗାଲାଣ୍ଡ୍‌ର ୬୦ଟି ଆସନରୁ ‘ବିଜେପି ୩୯ଟି, ‘ଏନ୍‌ପିଏଫ୍‌’ ୫ଟି, କଂଗ୍ରେସ ୨ଟି ଏବଂ ଅନ୍ୟାନ୍ୟ ୧୪ଟି ଆସନରେ ଅଗ୍ରଣୀ ଅଛନ୍ତି ।

ନାଗାଲାଣ୍ଡ୍‌ରେ ‘ବିଜେପି’ ନେତୃତ୍ୱାଧୀନ ମେଣ୍ଟ ଅନାୟାସରେ ଅଗ୍ରଣୀ ରହି ବିଜୟ ପଥରେ ଅଗ୍ରସର ହେବା ପରି ମନେହେଉଛି । ମେଘାଳୟର ୬୦ ଆସନରୁ ଭୋଟ୍ ଗ୍ରହଣ କରାଯାଇଥିବା ୫୯ଟି ଆସନରୁ ମୁଖ୍ୟମନ୍ତ୍ରୀ ସାଙ୍ଗ୍‌ମାଙ୍କ ଦଳ ‘ଏନ୍‌ପିପି’ ୨୦ଟି, ‘ୟୁଡିପି’ ୮ଟି, କଂଗ୍ରେସ ୭ଟି, ‘ବିଜେପି’ ୭ଟି, ତୃଣମୂଳ କଂଗ୍ରେସ ୭ଟି ଏବଂ ଅନ୍ୟମାନେ ୧୦ଟି ଆସନରେ ଅଗ୍ରଣୀ ଅଛନ୍ତି ।

ସେହିପରି, ତ୍ରିପୁରାର ୬୦ ଆସନରୁ ‘ବିଜେପି’ ୩୧ଟି, କଂଗ୍ରେସ+ବାମଦଳ ୧୬ଟି, ‘ଟିଆଇପିଆର୍ଏ’ ୧୨ଟି ଏବଂ ଅନ୍ୟମାନେ ୧ଟି ଆସନରେ ଅଗ୍ରଣୀ ଅଛନ୍ତି । ବିଜେପି ସମ୍ପ୍ରତି ୩୨ ଆସନରେ ଅଗ୍ରଣୀ ରହିଛି । ଏହି ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହେଉଛି ପୂର୍ବତନ ରାଜବଂଶଜ ପ୍ରଦ୍ୟୋତ ମାଣିକ୍ୟ ଦେବବର୍ମାଙ୍କ ନେତୃତ୍ୱାଧୀନ ‘ଟିପ୍ରା ମୋଥା’ ୧୨ଟି ଆସନରେ ଅଗ୍ରଣୀ ହେବା । ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ତ୍ରିପୁରାରେ ‘ବିଜେପି’ ୪୦ ଆସନରେ ଅଗ୍ରଣୀ ଥିଲା ।

Comments are closed, but trackbacks and pingbacks are open.