ସମ୍ବଲପୁରୀ ବସ୍ତ୍ରର ନକଲି ଉତ୍ପାଦନ

20

ଭୁବନେଶ୍ୱର: ସମ୍ବଲପୁରୀ ବସ୍ତ୍ରର ନକଲି ଉତ୍ପାଦନ ହେଉଥିବା ନଜରକୁ ଆସିଛି । ବନ୍ଦ୍ ପାଇଁ ସଂପୃକ୍ତ ଶିଳ୍ପ ସଂସ୍ଥା ବିରୋଧରେ ସମନ ଜାରି ହୋଇଛି ବୋଲି ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ବିଧାନସଭାରେ ପ୍ରକାଶ କରିଛନ୍ତି । ଶୁକ୍ରବାର ମନ୍ତ୍ରୀ କହିଛନ୍ତି ଯେ, ନକଲି ସମ୍ବଲପୁରୀ ବସ୍ତ୍ର ଉତ୍ପାଦନକୁ ବନ୍ଦ୍ କରିବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି । ତତ୍କାଳୀନ ବରଗଡ଼ ବୟନଶିଳ୍ପ ସହକାରୀ ନିର୍ଦ୍ଦେଶକ, ସମ୍ବଲପୁରୀ ବସ୍ତ୍ରାଳୟ ବରଗଡ଼ର ସମ୍ପାଦକ, ଏବଂ ବରଗଡ଼ର ୱାର୍ଡ ନମ୍ବର-୧୩ର ପ୍ରଶାନ୍ତ କୁମାର ମେହେରଙ୍କ ଦ୍ୱାରା ବରଗଡ଼ ଟାଉନ୍ ଥାନାରେ ୨୧ ଜୁଲାଇ ୨୦୧୭ରେ ଏତଲା ଦାୟର ହୋଇଛି । ଉକ୍ତ ଏଫ୍‌ଆଇଆର୍ ମୁତାବକ ଡିଏସ୍‌ପି ବରଗଡ଼ଙ୍କ ଦ୍ୱାରା ଚାର୍ଜସିଟ୍ ନମ୍ବର-୧ ତା ୧୬ ମାର୍ଚ୍ଚ ୨୦୨୦ରେ ଏସ୍‌ଡିଜେଏମ୍ ବରଗଡ଼ଙ୍କ କୋର୍ଟରେ ଦାଖଲ କରାଯାଇଅଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ପୂର୍ବକ କୋର୍ଟ ରାଜସ୍ଥାନର ଭାରତ ମୋହନ ଇଣ୍ଡଷ୍ଟ୍ରିଜ୍‌ର ମ୍ୟାାନେଜର ଜଗଦୀଶ ଚାନ୍ଦ୍ ଛାଜେଡ଼ଙ୍କୁ ପକ୍ଷ ରଖିଛି । ଏଥିପାଇଁ ଆସନ୍ତା ୧୦ ମାର୍ଚ୍ଚ ୨୦୨୩ରେ କୋର୍ଟରେ ହାଜର ହେବା ପାଇଁ ସମନ ଜାରି କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ଗୃହକୁ ଅବଗତ କରିଛନ୍ତି ।

Comments are closed, but trackbacks and pingbacks are open.