ପାର୍ବଣ ଋତୁ ରେ ବଢ଼ିପାରେ କରୋନା ସଂକ୍ରମଣ : କେନ୍ଦ୍ର ର ୫ ରଣନୀତି

27

ପାର୍ବଣ ଋତୁ ରେ ଧାର୍ମିକ ସ୍ଥଳୀ, ମେଳା ଆଦିରେ ଜନଗହଳି ହେତୁ ସଂକ୍ରମଣ ବଢିବା ଭୟ ରହିଛି । ପାର୍ବଣ ସମୟରେ କୋଭିଡ୍ ନିୟମ କଡାକଡି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଏ ସଂକ୍ରାନ୍ତରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଅଜୟ ଭଲ୍ଲା କହିଛନ୍ତି, ଦେଶବ୍ୟାପୀ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହା ପରେ ବି ଅନେକ ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଅଂଚଳରେ ସଂକ୍ରମଣ ଦେଖିବାକୁ ମିଳୁଛି ।ତେଣୁ ସଂକ୍ରମଣ ଯେପରି ନବ୍ୟାପେ ସେଥିପାଇଁ ପଦକ୍ଷେପ ନିଆଯିବ Iରାଜ୍ୟମାନେ କରୋନା ସଂକ୍ରମଣ ହାର, ହସ୍ପିଟାଲ ଓ ଆଇସିୟୁରେ ରୋଗୀଙ୍କ ଆଡମିସନ୍ ଉପରେ କଡା ନଜର ରଖିବାକୁ କୁହାଯାଇଛି । କରୋନା ମୁକାବିଲାର ପ୍ରମୁ୍ଖ ଅସ୍ତ୍ର ହେଉଛି ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକାକରଣ ଓ କୋଭିଡ୍ ନିୟମାବଳୀକୁ ପାଳନ କରିବା । ପାର୍ବଣ ସମୟରେ ଏହି ୫ ରଣନୀତି ଯେପରି କାର୍ଯ୍ୟକାରୀ ହେବ, ସରକାର ତାହା ନିଶ୍ଚିତ କରିବା ଆବଶ୍ୟକ ବୋଲି କେନ୍ଦ୍ର ଗୃହ ସଚିବ କହିଛନ୍ତି ।କେନ୍ଦ୍ର ଗୃହ ସଚିବଙ୍କ ଚିଠି ଅନୁସାରେ ରାଜ୍ୟ ସରକାର ପାର୍ବଣ ପାଇଁ ଅକ୍ଟୋବର ଗାଇଡଲାଇନ ଜାରି କରିବେ ।

Leave A Reply

Your email address will not be published.