ରଥ ଯାତ୍ରା ପରେ ବଢିପାରେ କରୋନା ସଂକ୍ରମଣ : ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ

21

ରାଜ୍ୟରେ ବର୍ତ୍ତମାନ ଦ୍ରୁତ ଗତିରେ ବଢୁଛି କରନା ସଂକ୍ରମଣ I ନିକଟରେ ରଥଯାତ୍ରା ସାରିଥିବାରୁ ସଂକ୍ରମଣ ର ମାତ୍ରI ଅଧିକ ବଢ଼ିବାନେଇ ଆଶଙ୍କା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଙ୍କ କହିବାନୁସାରେ ଏବେ ରଥଯାତ୍ରା ସରିଛି, ତେଣୁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ଆଶଙ୍କା ରହିଛି । ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକ ନିଜ ନିଜ ଘରକୁ ଫେରିଛନ୍ତି । ସେଥିପାଇଁ ବିଭିନ୍ନ ଜିଲ୍ଲାର କରୋନା ସ୍ଥିତି ଉପରେ ନଜର ରଖାଯାଇଛି। କମ୍ୟୁନିଟି ପଜିଟିଭିଟି ପାଇଁ ବିଭିନ୍ନ ଜିଲ୍ଲାର ସ୍ଥିତିକୁ ତର୍ଜମା କରାଯାଉଛି । ସଂକ୍ରମଣ ବୃଦ୍ଧି ହେବା ସହ ତାହାର ଆକାର ଉପରେ ନଜର ରଖାଯାଇଛି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଅନ୍ୟ ଲହର ପରି ସଂକ୍ରମଣ ବଢ଼ୁନାହିଁ ହେଲେ ଧୀରଗତିରେ ସଂକ୍ରମଣ ବଢୁଛି l ନିୟମ ମାନିବା ସହ ଯେଉଁମାନେ ଟିକା ନେଇନାହାନ୍ତି ତୁରନ୍ତ ଟିକା ନିଅନ୍ତୁ l କେତେ ବଢୁଛି, ବଢିବାର ଆକାର କଣ ? ଓ ଏହାର ଫାଟାଲିଟି କେତେ ଏହା ଉପରେ ଆମେ ସମ୍ପୂର୍ଣ୍ଣ ନଜର ରଖିଛୁ l
ଏହାସହ ଚଳିତ ଲହରରେ ରାଜ୍ୟରେ ପ୍ରଥମ କୋଭିଡ ଜନିତ ମୃତ୍ୟୁ ହୋଇଛି l ବୃଦ୍ଧଜଣଙ୍କର ହୃଦରୋଗ ସମେତ, କିଡନୀ ରୋଗ ସମସ୍ୟା ଥିଲା। ଏଥିସହ ସେ ସେପ୍ଟିସେମିଆରେ ବି ପୀଡ଼ିତ ଥିଲେ। ତେଣୁ ବିଭିନ୍ନ ଆନୁସଙ୍ଗିକ ରୋଗରେ ଆକ୍ରାନ୍ତ ବ୍ୟକ୍ତି ସବୁବେଳେ ସତର୍କତା ଅବଲମ୍ବନ କରିବା ଉଚିତ। ଟିକା ନେଇ ନ ଥିବା ଲୋକେ ଟିକା ନେଇଯିବା ଉଚିତ। ବର୍ତ୍ତମାନ ସଂକ୍ରମଣ ର ସ୍ଥିତି ସମାନ୍ତରାଳ ହୋଇ କିଛି ଦିନ ରହିବା ପରେ ଏହା ଧୀରେ ଧୀରେ ନିମ୍ନମୁଖୀ ହୋଇ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଭଲ ସ୍ଥିତିକୁ ଆସିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Comments are closed, but trackbacks and pingbacks are open.