ଆଜିଠାରୁ ୧୫ ରୁ ୧୮ ବର୍ଷର ପିଲାଙ୍କ ପାଇଁ କରୋନା ଟୀକା ପଞ୍ଜୀକରଣ : ଘରେ ବସି କେମିତି କରିବେ ଜାଣନ୍ତୁ

21

ଆଜି ଠାରୁ ଦେଶରେ ତଥା ଆମ ରାଜ୍ୟରେ ୧୫ ରୁ ୧୮ ବର୍ଷ ପିଲାଙ୍କ ପାଇଁ କରୋନା ଟୀକା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି I ଗତ ଡିସେମ୍ବର ୨୫ , ୨୦୨୧ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ରୁ ୧୮ ବର୍ଷ ବୟସର ଲୋକଙ୍କ ପାଇଁ ଟୀକାକରଣ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ସେହି ଅନୁସାରେ ଆସନ୍ତା ଜାନୁଆରୀ ୩ ସୋମବାର ଠାରୁ ଏହି ଟୀକାକରଣ ଆରମ୍ଭ କରାଯିବ Iଏହା ସହିତ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧା କର୍ମୀଙ୍କ ପାଇଁ ତୃତୀୟ ଡୋଜ ବା ପ୍ରିକସନାରୀ ଡୋଜ ନେବା ବିଷୟରେ ଘୋଷଣା କରିଥିଲେ I

ସେହି ଅନୁସାରେ ରାଜ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ୧୫-୧୮ ବର୍ଷ ବୟସ୍କଙ୍କ ଟୀକାକରଣ ଲାଗି ପଞ୍ଜୀକରଣ । କୋଓ୍ୱିନ୍ ପୋର୍ଟାଲରେ ଲଗ୍ ଇନ୍ କରି ମୋବାଇଲ ନମ୍ବର ଦେଇ ଓଟିପି ଜରିଆରେ ଟୀକାକରଣ ପାଇଁ ନାମ ପଞ୍ଜୀକରଣ କରିପାରିବେ ଅଭିଭାବକ । ଏହାପରେ ସେମାନେ କୋଓ୍ୱିନ୍ ପୋର୍ଟାଲରେ ଉଦ୍ଦିଷ୍ଟ ତାରିଖ ବୁକ କରି ୩ ତାରିଖ ପର ଠାରୁ ଟିକା ନେଇପାରିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।
ଏବେ ରାଜ୍ୟରେ ୨୬୦୦ ଟୀକାକରଣ କେନ୍ଦ୍ର ଅଛି । ସେଥିମଧ୍ୟରୁ କିଛି ସମର୍ପିତ କିଶୋର ଟୀକାକରଣ କେନ୍ଦ୍ର ରହିବ । କିନ୍ତୁ ଅନ୍ୟ ସମସ୍ତ ଟୀକାକରଣ କେନ୍ଦ୍ରରେ ବି ନିର୍ଦିଷ୍ଟ ସମୟ ମଧ୍ୟରେ କିଶୋର ଟୀକା ନେଇପାରିବେ । ଏପରିକି ଟୀକାକରଣ କେନ୍ଦ୍ରରେ ଅନସାଇଟ ସ୍ପଟ ବୁକିଂ କରି ମଧ୍ୟ ଟୀକା ନେଇପାରିବେ ୧୫ରୁ ୧୮ ବର୍ଷ ପିଲା।
ଯେତେ ପିଲା ଟୀକା ନେବାକୁ ଆସିବେ, ସେମାନଙ୍କର ଟୀକାକରଣ କରାଯିବ । ତେଣୁ ୨୦୦୭ ପୂର୍ବରୁ ଜନ୍ମଗ୍ରହଣ କରିଥିବା ପିଲାଙ୍କ ଟୀକାକରଣ ପାଇଁ ପଞ୍ଜୀକରଣ କରାନ୍ତୁ ଅଭିଭାବକ । ଏବେ ରାଜ୍ୟରେ ୧୫ ଲକ୍ଷ ଡୋଜ କୋଭକ୍ସିନ ମହଜୁଦ ଅଛି । କେନ୍ଦ୍ର ସରକାର ପର୍ଯ୍ୟାପ୍ତ କୋଭକ୍ସିନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା କୋୱିନ୍ ପୋର୍ଟାଲରେ ୪୫ ହଜାରରୁ ଅଧିକ ପିଲା ଟୀକାକରଣ ପାଇଁ ବୁକ କରିସାରିଛନ୍ତି ।

Leave A Reply

Your email address will not be published.