କରୋନା ସ୍ଥିତି ଅଣାୟତ୍ତ : ବିଏମ୍‌ସିର ୨୨ କର୍ମଚାରୀ ସଂକ୍ରମିତ

0 27

ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଖୋର୍ଦ୍ଧା ଜିଲା ର ସ୍ଥିତି ଉଦ୍ବେଗ ଜନିତ ଅବସ୍ଥାରେ ରହୁଛି I ପ୍ରତିଦିନ ଭୁବନେଶ୍ୱରରୁ ଶହ ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି I ସେହି ଅନୁସାରେ ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଫିସ୍‌ରେ ୨୨ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ବିଏମ୍‌ସି କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ସେହିପରି ବିଏମ୍‌ସି କାର୍ଯ୍ୟାଳୟର ଅନ୍ୟ ସବୁ କର୍ମଚାରୀଙ୍କର ନମୁନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ କଟକ ହାଇକୋର୍ଟରେ ଅଧିକାଂଶ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି ଇ ରାଜ୍ୟରେ କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ୧୩ ଜାନୁୟାରୀ ରୁ ୧୭ ଜାନୁୟାରୀ ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି ଇ ସେହିଭାକି କଟକ ଲିଙ୍କ୍ ରୋଡ୍ ସ୍ଥିତ ଏକ କୋଚିଂ ସେଣ୍ଟର କୁ କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ସିଲ୍ କରିଛି ସିଏମସି । ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟ ଆଦି ସହିତ କୋଚିଂ ସେଣ୍ଟର ଗୁଡ଼ିକୁ ମଧ୍ୟ କରୋନା ଯୋଗୁ ବନ୍ଦ କରିବା ସହିତ ଅନ୍‌ଲାଇନ୍ କ୍ଲାସ୍ କରିବାକୁ କୁହାଯାଇଛି। କିନ୍ତୁ ଏହି ଗାଇଡ୍‌ଲାଇନ୍‌କୁ ନମାନି ଲିଙ୍କ୍ ରୋଡରେ ଥିବା AR କ୍ରିଏସନ୍ ସେଣ୍ଟର ନାମକ ଏକ କୋଚିଂ ସେଣ୍ଟର ଅଫ୍‌ଲାଇନ୍‌ରେ ୮୦ ରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଉଥିଲା। ଏହାସହ ସାମାଜିତ ଦୂରତା କଟକଣାକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଥିଲା। ସିଏମ୍‌ସିର ଏକ ଟିମ୍ ଆଜି ଚଢ଼ାଉ କରି ଏହି କୋଚିଂ ସେଣ୍ଟରକୁ ସିଲ୍ କରିଛନ୍ତି।

Leave A Reply

Your email address will not be published.