କରୋନା ସ୍ଥିତି ବେକାବୁ: ରାଜ୍ୟରୁ ୭୦୭୧ ସଂକ୍ରମିତ ଚିହ୍ନଟ

0 20

ରାଜ୍ୟରେ କରୋନା ଦିନକୁ ଦିନ ମାରାତ୍ମକ ରୂପ ଧାରଣ କରୁଛି I ବର୍ତ୍ତମାନ ରାଜ୍ୟରେ ସ୍ଥିତି ବେକାକୁ ହେଲାଣି । ପ୍ରତିଦିନ କରୋନା ସଂକ୍ରମଣ ଲମ୍ବ ଡିଆଁ ମାରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୦୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୧୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୨୯୪୩ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୦୭ ଚିହ୍ନଟ ହେଉଛନ୍ତି।
ଏଥିସହ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୨ ହଜାର ୭୬୯କୁ ବୃଦ୍ଧି ପାଉଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୨୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୋଳରୁ ୮୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୯୮, ବରଗଡ଼ରୁ ୮୫, ଭଦ୍ରକରୁ ୫୪, ବଲାଙ୍ଗିରରୁ ୧୯୦, ବୌଦ୍ଧରୁ ୨୦, କଟକରୁ ୫୦୫, ଦେବଗଡ଼ରୁ ୧୮, ଢେଙ୍କାନାଳରୁ ୫୫, ଗଜପତିରୁ ୪୫, ଗଞ୍ଜାମରୁ ୧୧୧, ଜଗତସିଂହପୁରରୁ ୬୦, ଯାଜପୁରରୁ ୧୩୦, ଝାରସୁଗୁଡ଼ାରୁ ୧୪୩ ଚିହ୍ନଟ ହୋଇଛନ୍ତି।
ସେହିପରି କଳାହାଣ୍ଡିରୁ ୭୩, କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୨୭, କେନ୍ଦୁଝରରୁ ୬୫, କୋରାପୁଟରୁ ୧୦୭, ମାଲକାନଗିରିରୁ ୬, ମୟୂରଭଞ୍ଜରୁ ୨୦୧, ନବରଙ୍ଗପୁରରୁ ୯୫, ନୟାଗଡ଼ରୁ ୩୫, ନୂଆଗଡ଼ାରୁ ୨୬, ପୁରୀରୁ ୧୫୬, ରାୟଗଡ଼ାରୁ ୩୬, ସମ୍ବଲପୁରରୁ ୬୦୯, ସୋନପୁରରୁ ୬୧, ସୁନ୍ଦରଗଡ଼ରୁ ୧୧୪୭ ଓ ଷ୍ଟେଲପୁଲରୁ ୪୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦, ୮୨,୭୬୯ରେ ପହଞ୍ଚିଥିବା ବେଳେ ୧୦,୪୭,୦୩୧ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବାଦ ରାଜ୍ୟରେ ୨୭,୨୧୬ ଆକ୍ଟିଭ କେସ୍‌ ରହିଛି।
ଏଥିସହ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗିର ଜିଲ୍ଲାର ଜଣେ ୫୫ ବର୍ଷୀୟା ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୪୬୯କୁ ବୃଦ୍ଧି ପାଇଛି।
କରୋନା ପଛକୁ ଓମୀକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢି ବଢି ୧୦୦ ପାର କଲାଣି ଇହି ସଂକ୍ରମଣ କୁ ଦୃଷ୍ଟିରେ ରଖି ରାଜ୍ୟରେ ଟୀକାଦାନ କୁ ଜୋରଦାର କରାଯାଉଛି I ଏବଂ କୋଭିଡ ଗାଇଡ୍ଲାଇନ କୁ କଡାକଡି ଭାବରେ ପାଳନ କରିବାକୁ ସ୍ୱାସ୍ଥ୍ୟ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି I

Leave A Reply

Your email address will not be published.