ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ୧୨ ଶିଶୁଙ୍କୁ କରୋନା: ୮ ଜଣଙ୍କ ବୟସ ୨ ମାସ ରୁ କମ

29

କରୋନା ର ତୃତୀୟ ଲହର ତା’ର କାୟା ବିସ୍ତାର କରିଚାଲିଛି I ତୃତୀୟ ଲହର ରେ ଶିଶୁ ଓ ଛୋଟପିଲା ଅଧିକ ସଂକ୍ରମିତ ହେବI ର ଆଶଙ୍କା ରହିଛି I ରାଜ୍ୟ ର ପ୍ରତିଦିନ ଛୋଟପିଲାଙ୍କ ସଂକ୍ରମିତ ସଂଖ୍ୟା ପାଖାପାଖି ୧୦୦ ଭିତରେ ରହୁଛି I ସେହିପରି ଆଜି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ଶିଶୁ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରୁ ୪ ଜଣ SNCUରେ ରହି ଚିକିତ୍ସିତ ହେଉଥିଲେ ।
ବୁଧବାର ୨ ଜଣଙ୍କୁ ଅଭିଭାବକଙ୍କ ଇଚ୍ଛାରେ କଟକ ରେଫର କରାଯାଇଛି । ପଜିଟିଭ ଥିବା ପିଲାଙ୍କ ମଧ୍ୟରୁ ୮ ଜଣଙ୍କ ବୟସ ମାସକରୁ ଅଳ୍ପ ଅଧିକ । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ଆଜି ରାଜ୍ୟରେ ୦-୧୮ ବର୍ଷ ମଧ୍ୟରେ ୧୩୦ ଛୁଆ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
କରୋନାର ସମ୍ଭାବ୍ୟ ତୃତୀୟ ଲହରରେ ଓଡ଼ିଶାର ପ୍ରାୟ ୯୧ ହଜାର ୯୫୩ ଶିଶୁ ଆକ୍ରାନ୍ତ ହେବା ଆଶଙ୍କା ରହିଛି। ଏଥିମଧ୍ୟରୁ ୪ ହଜାର ୫୯୮ ଶିଶୁ ଗୁରୁତର ହେବାର ଆଶଙ୍କା ରହିଥିବା ଆକଳନ କରିଛି କେନ୍ଦ୍ର ସରକାରଙ୍କ କୋଭିଡ ଏମର୍ଜେନ୍ସି ରେସପନ୍ସ ଆଣ୍ଡ ହେଲ୍ଥ ସିଷ୍ଟମ ପ୍ରିପେୟାର୍ଡନେସ- ଇସିପିଆର ଫେଜ-2 ।

ପରିକି ତୃତୀୟ ଲହରରେ ୭୫ ଦିନ ମଧ୍ୟରେ ରାଜ୍ୟରେ ମୋଟ୍ ୭ ଲକ୍ଷ ୬୬ ହଜାର ୨୭୫ କରୋନା ମାମଲା ଆସିବ ବୋଲି ଆକଳନ କରାଯାଇଛି। କେନ୍ଦ୍ରର ଏଭଳି ସତର୍କବାଣୀ ପରେ ପ୍ରସ୍ତୁତ ରହିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଲଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ୨ ମାସ ରୁ କମମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମାହାପାତ୍ର ।

Leave A Reply

Your email address will not be published.