କରୋନା: ଶିଶୁ ଏବଂ କିଶୋରମାନଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼ ଲାଇନ ଜାରି

0 23

କରୋନା ଚିକିତ୍ସା ପାଇଁ ଶିଶୁ ଏବଂ କିଶୋରମାନଙ୍କ ନିମନ୍ତେ କେନ୍ଦ୍ର ସରକାର ନୂଆ ଗାଇଡ଼ ଲାଇନ ଜାରି କରିଛନ୍ତି I ଏହି ନିର୍ଦ୍ଦେଶାବଳୀ ଅନୁସାରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ପିଲାମାନଙ୍କ ଚିକିତ୍ସାରେ ମୋନୋକ୍ଲୋନାଲ ଆଣ୍ଟିବଡି ବ୍ୟବହାର କରାଯିବା ଉଚିତ ନୁହେଁ। ମୋନୋକ୍ଲୋନାଲ ଆଣ୍ଟିବଡି ଇଞ୍ଜେକ୍ସନ୍ ଦ୍ୱାରା ଦିଆଯାଏ I ପିଲାମାନଙ୍କୁ ମୋନୋକ୍ଲୋନାଲ ଇଞ୍ଜେକ୍ସନ ଦିଅନ୍ତୁ ନାହିଁ |
ଗାଇଡ଼ ଲାଇନ ଅନୁସାରେ କରୋନା ସଂକ୍ରମଣ ପାଇଁ ପରୀକ୍ଷା କରାଯାଉଥିବା ସମୟରରେ ଯଦି ଲକ୍ଷଣ ପଜିଟିଭ ଆସେ ତେବେ ପ୍ରଥମ ଦିନରେ କରୋନା ବିରୁଦ୍ଧରେ ଲଢ଼ିବା ପାଇଁ ଆଣ୍ଟିବଡି ଦିଆଯାଇଥାଏ I ଏହି ଚିକିତ୍ସା ପଦ୍ଧତି ଭାରତର କେବଳ ବୟସ୍କଙ୍କ ଠାରେ କରାଯାଇଥାଏ I କିନ୍ତୁ ପିଲାମାନଙ୍କ କ୍ଷେତ୍ରରେ ଏହି ଆଣ୍ଟିବଡ଼ି ବ୍ୟବହାର କରାଯିବା ଉଚିତ ନୁହେଁ। ସେହିଭଳି ଷ୍ଟେରଏଡ ଦେବାରେ ଯଥାସମ୍ଭବ ଦୁରେଇ ରହିବାକୁ ପରାମର୍ଶ ଦିଆଯାଇଛି I କିନ୍ତୁ ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି ପିଲାମାନଙ୍କଠାରେ ଷ୍ଟେରଏଡ ଦିଆଯାଇଥାଏ ତେବେ ସେମାନଙ୍କୁ ୧୦ ରୁ ୧୪ ଦିନ ମଧ୍ୟରେ ଧୀରେ ଧୀରେ କରିଦେବା ଉଚିତ I ଏହା ସହିତ ଗାଇଡ଼ ଲାଇନ ରେ କୁହI ଯାଇଛି କି ଯଦି ପିଲାମାନଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଏ I ତାଙ୍କୁ ତୁରନ୍ତ ହୋମ ଆଇସୋଲେସନରେ ରଖନ୍ତୁ ଏବଂ ପର୍ଯ୍ୟାପ୍ତ ପରିମାଣରେ ତରଳ ପଦାର୍ଥ ପାନୀୟ ହିସାବ ରେ ଦିଅନ୍ତୁ I ଯଦି ଜ୍ଵରରେ ନିହାତି ଭାଇରଏଲ ଇନଫେକ୍ସନ ଆସେ ତେବେ ଆଣ୍ଟିବାୟୋଟିକ ବ୍ୟବହାର କରନ୍ତୁ I ନଚେତ ସାଧାରଣ ଋତୁ ପରିବର୍ତ୍ତନ ଯୋଗୁଁ ଥଣ୍ଡା ଜ୍ବରରେ ଆକ୍ରାନ୍ତହେଲେ କେବଳ ପIରାସିଟI ମଲ ଟାବଲେଟ କୁ ପିଲାର ବୟସ ଅନୁଯାୟୀ ପ୍ରତି ୪-୬ ଘଣ୍ଟା ବ୍ୟବଧାନରେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି I

Leave A Reply

Your email address will not be published.