ରଥଯାତ୍ରା ପୂର୍ବରୁ ମୁଣ୍ଡ ଟେକିଲା କରୋନା,ସ୍ୱାସ୍ଥ୍ୟ ନିଦେଶକଙ୍କ ସତର୍କ ସୂଚନା

41

ଆଗକୁ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା I ରଥଯାତ୍ରା ସମୟରେ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଆକଳନ କରାଯାଇଥିବାବେଳେ ବର୍ତ୍ତମାନ ରାଜ୍ୟରେ ମୁଣ୍ଡ ଟକିଲାଣି କରୋନା I ଗତ କିଛି ଦିନ ଧରି ସଂକ୍ରମଣ ୫୦ ପ୍ରତିଶତ ରହୁଥିବାବେଳେ ଆଜି ୧୦୦ ପାର କରିଛି ସଂକ୍ରମଣ I ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ସ୍ଥିତି ଉପରେ ନଜର ରଖାଯାଇଛି । ବର୍ତ୍ତମାନ ରାଜ୍ୟରେ ଆଲାରାମିଂ ସ୍ଥିତି ନାହିଁ, କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ଅଧିକ ରହୁଛି। ତେବେ ସଂକ୍ରମଣ ସ୍ଲୋ ପ୍ରାଗେସ୍ କରୁଛି । ପୂର୍ବରୁ ୫୦ ମଧ୍ୟରେ ରହୁଥିଲା, କିଛି ଦିନ ହେବ ତାହା ୭୦କୁ ଛୁଇଁଲା । ମାତ୍ର ବର୍ତ୍ତମାନ ଏବେ ସେହି ସଂଖ୍ୟା ୧୦୦ ପାର କରିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,ଆଗକୁ ଯେମିତି ଅଧିକ ଟ୍ରାନ୍ସମିଶନ ନହେବ ତା ଉପରେ ଗୁରୁତ୍ୱ ଦିଆଯାଉଛି । ଲୋକଙ୍କୁ ଅପିଲ କରାଯାଉଛି ଭିଡ଼କୁ ଯାଆନ୍ତୁ ନାହିଁ । ସବୁବେଳେ ମାକ୍ସ ପରିଧାନ କରନ୍ତୁ । ଲକ୍ଷଣ ଥିଲେ ଟେଷ୍ଟ କରାଇ ନିଅନ୍ତୁ । ବର୍ତ୍ତମାନ ଘରେ ଘରେ ଟେଷ୍ଟିଂ କରାଯାଉଛି । ଯାହାଦ୍ୱାରା ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦି ଏହା ପରେ ହସ୍ପିଟାଲାଇଯେସନ ବଢେ ପୂର୍ବ ଭଳି ବ୍ୟବସ୍ଥା କରାଯିବ । ସଂକ୍ରମଣ ସ୍ଥିତି ଉପରେ ନଜର ରଖିଛୁ । ପିକରେ କେତେ ପର୍ଯ୍ୟନ୍ତ ଯାଉଛି ତାହା ଉପରେ ନଜର ରଖିଛୁ ।

ସେହିପରି ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ପୁରୀରେ ୬୯ ଫାଷ୍ଟ ଏଡ଼ ସେଣ୍ଟର ଖୋଲାଯାଇଛି । ୫୮ଟି ଆମ୍ବୁଲାନ୍ସ ସର୍ଭିସ, ୧୧୪ଟି ଷ୍ଟେଚର ସର୍ଭିସ, ୧୪୫ ଜଣ ଡାକ୍ତର, ସାତ ଜଣ ଫୁଡ଼ ସେପେଟି ଅଫିସର, ୪୦ଜଣ ଫାର୍ମାସିଷ୍ଟ, ୩୦ ଜଣ ନର୍ସିଂ ଅଫିସର, ୪୫ଜଣ ହେଲ୍ଥ ଅଫିସର , ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ୨୮୭ ବେଡ଼ ପ୍ରସ୍ତୁତ କରାଯାଇଛି । ସେପଟେ ପ୍ରବଳ ଗୁଳୁଗୁଳି ପାଇଁ ପୁରୀରେ ୨୬ଟି ଏସି ବେଡ଼ର ବ୍ୟବସ୍ଥା ହୋଇଛି। ପୁରୀ ହସ୍ପିଟାଲରେ ୨୦୦ ୟୁନିଟ ଲେଖାଏଁ ବିଭିନ୍ନ ଗ୍ରୁପର ବ୍ଲଡ଼ ବ୍ୟାଙ୍କ ପ୍ରସ୍ତୁତ ହୋଇଛି। ରଥଯାତ୍ରା ସମୟରେ ୧୦ ଲକ୍ଷ ଲୋକଙ୍କୁ ମାସ୍କ ଯୋଗାଇ ଦିଆଯିବ। ପୁରୀରେ ରାପିଡ୍‍ ଆଣ୍ଟିଜେନ୍‍ ଟେଷ୍ଟ ୫୦ ହଜାରକୁ ବଢାଯିବ। ଆଣ୍ଟିଜେନ୍‍ ଟେଷ୍ଟ ସହ ଟିକାକରଣ ବଢାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଦର୍ଶନ କରିବା ପରେ ଭିଡ ନକରି ଜାଗା ଛାଡନ୍ତୁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Comments are closed, but trackbacks and pingbacks are open.