ଲୋକସେବା ଭବନରେ କରୋନା : ୧୫ କର୍ମଚାରୀ ସଂକ୍ରମିତ , ଇସ୍ପାତ ଓ ଖଣି ବିଭାଗ ୨ଦିନ ପାଇଁ ବନ୍ଦ

15

ଓଡିଶା ଲୋକସେବା ଭବନ (ସଚିବାଳୟ ) ରେ କରୋନା ସଂକ୍ରମିତ ହୋଇଛନ୍ତି ଇସ୍ପାତ ଓ ଖଣି ବିଭାଗର ୧୫ଜଣ କର୍ମଚାରୀ । ଏଥିପାଇଁ ରାଜ୍ୟ ସରକାର ୨ଦିନ ପାଇଁ ଏହି ବିଭାଗର ଅଫିସକୁ ବନ୍ଦ କରିଛନ୍ତି। ଲୋକସେବା ଭବନ(ସଚିବାଳୟ)ରେ ଥିବା ଏହି ଅଫିସ ଆଜି ଓ ଆସନ୍ତାକାଲି ବନ୍ଦ ରହିବ।ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ବିଭାଗର ୧୫ଜଣ କର୍ମଚାରୀ କୋଭିଡ-୧୯ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ଆସନ୍ତା ୪୮ଘଣ୍ଟା ପାଇଁ ବିଭାଗର ଅଫିସକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଡିସେମ୍ବର ୧୬ ଓ ୧୭ତାରିଖ ଦୁଇଦିନ ଧରି ଏହି ଅଫିସ୍ ବନ୍ଦ ରହିବ ଓ ସେଠାରେ ସାନିଟାଇଜେସନ୍ ପ୍ରକ୍ରିୟା କରାଯାଇ କୋଭିଡ ଚେନକୁ ଭଙ୍ଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ୧୮ତାରିଖରୁ ବିଭାଗର କାର୍ଯ୍ୟାଳୟ ଖୋଲିବ ଓ ସ୍ୱାଭାବିକ ଭାବେ କାର୍ଯ୍ୟ ହେବ ବୋଲି ବିଭାଗର ନିର୍ଦ୍ଦେଶନାମାରେ ସୂଚନା ଦିଆଯାଇଛି।ବିଭାଗର ଅନ୍ୟ କର୍ମଚାରୀମାନଙ୍କୁ ଘରୁ ରହି ଭିପିଏନ୍ ମାଧ୍ୟମରେ କାର୍ଯ୍ୟ କରିବାକୁ କୁହାଯାଇଥିବାବେଳେ ଟେଲିଫୋନ୍ ପାଇବା ମାତ୍ରେ ଶୀଘ୍ର ଅଫିସରେ ହାଜର ହେବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

Leave A Reply

Your email address will not be published.