ଦିଲ୍ଲୀରେ ଚିନ୍ତା ବଢ଼ାଇଲା କରୋନା : ଦିନକରେ ୨୭୨୬ ନୂଆ ପଜିଟିଭ, ୬ ମୃତ

26

ନୂଆଦିଲ୍ଲୀରେ କରୋନା ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ପହଂଚିଛି । ୭ ମାସ ର ରେକର୍ଡ ଭାଙ୍ଗିଛି ଦୈନିକ ସଂକ୍ରମଣ I ଗତ ୨୪ ଘଣ୍ଟାରେ ଦିଲ୍ଲୀରେ କେରାନାରେ ୨୭୨୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଗତ ଫେବ୍ରୁଆରୀ ୨ ତାରିଖ ପରେ ସଂକ୍ରମଣ ବଢ଼ିଛି । ଗତ ଫେବ୍ରୁଆରୀ ୨ ତାରିଖରେ ୩୦୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅନ୍ୟପଟରେ କୋଭିଡ ଯୋଗୁଁ ଗୋଟିଏ ଦିନ ରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ରାଜଧାନୀରେ ଏବେ କୋଭିଡର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୮୮୪୦ ହୋଇଛି । ବର୍ତ୍ତମାନର ସଂକ୍ରମଣ ସଂଖ୍ୟାକୁ ମିଶାଇ ଦିଲ୍ଲୀରେ କରୋନା ସକ୍ରିୟ ହାର ୧୪.୩୮ ପ୍ରତିଶତ ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦିଲ୍ଲୀରେ ୧୮ ହଜାର ୯୬୦ ଜଣଙ୍କର ନମୁନା ସଂଗ୍ରହ କରାଯାଇଥିଲା । ଏଥି ସହିତ ଦିଲ୍ଲୀରେ କୋଭିଡର ପଜିଟିଭିଟି ଦର ୧୪.୩୮ ପ୍ରତିଶତ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୪୩ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ୧୨୫୦୭୬ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୩୫ ଲକ୍ଷ ୫୫ ହଜାର ୪୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ୫୨୬୮୭୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

Comments are closed, but trackbacks and pingbacks are open.