ଏସିଆ କପକୁ କରୋନା ଭୟ

26

ଏସିଆ କପ୍ ଆରମ୍ଭ ହେବାକୁ ଆଉ ମାତ୍ର ଦିନ କେଇଟା ବାକି । ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବାବେଳେ, ଏହାର କିଛି ଦିନ ପୂର୍ବରୁ ଏବେ ଏସିଆ କପକୁ ଘାରିଛି କରୋନା ଭୟ । କାହିଁକି, ସମ୍ଭବତଃ ଏସିଆ କପ୍ ଖେଳିବାକୁ ଥିବା ୪ ଜଣ ଖେଳାଳି ଏବେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।କୋଭିଡ୍ ପଜିଟିଭ୍ ଚିହ୍ନଟ ହେଇଥିବା ଏହି ୪ ଜଣ ଯାକ ଖେଳାଳି ହେଲେ ଶ୍ରୀଲଙ୍କା ଦଳର । ମିଳିଥିବା ରିପୋର୍ଟ ମୁତାବକ, ଦ୍ରୁତ ବୋଲର ଦୁଷ୍ମନ୍ତ ଚମିରା, ବାନିନ୍ଦୁ ହସରଙ୍ଗା ସହିତ ଟିମର ୪ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେଣୁ ଏହି ଖେଳାଳିମାନେ ଏବେ ଏସିଆ କପ୍ ଖେଳିବେ କି ନାହିଁ, ତା ଉପରେ ଆଶଙ୍କା ଦେଖାଦେଇଛି ।

ଏସିଆ କପ୍ ପାଇଁ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ଦଳ ଘୋଷଣା ହେଇନି । ତେଣୁ ଏପରି ପରିସ୍ଥିତିରେ ଏସିଆ କପ୍ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା ସିଲେକ୍ଟରଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ । ଖେଳାଳିମାନେ କେଉଁ କେଉଁ ଖେଳାଳିଙ୍କୁ ଦଳରେ ସାମିଲ କରିବେ, ତାହା ଏବେ ବି ସନ୍ଦେହ ଘେରରେ । ଏହା ପୂର୍ବରୁ ଦୁଷ୍ମନ୍ତ ଚମିରା ଆହତ ମଧ୍ୟ ହେଇସାରିଛନ୍ତି । ତେଣୁ ସେ ଏଥର ଟୁର୍ଣ୍ଣାମେଣ୍ଟ ଖେଳିବେ କି ନାହିଁ, ତାହା ବି ପ୍ରଶ୍ନବାଚୀ ।

ଏଥର ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ମିଳିତ ଭାବେ ଏସିଆ କପ୍ ଆୟୋଜନ ହେଉଛି । ତେଣୁ ଏପରି ପରିସ୍ଥିତିରେ ଶ୍ରୀଲଙ୍କା ଦଳର ୪ ଜଣ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ଚିନ୍ତାର ବିଷୟ । ଖାଲି ସେତିକି ନୁହେଁ, ଯଦି କରୋନା ସଂକ୍ରମଣ ବ୍ୟାପେ, ତେବେ କିପରି ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ତାକୁ ନେଇ ବି ଚର୍ଚ୍ଚା ବଢିଛି ।

Comments are closed, but trackbacks and pingbacks are open.