ବଜାରରେ ଉପଲବ୍ଧ ହେଲା କରୋନା କ୍ୟାପସୁଲ :ମୋଲନୁପିରାଭିର,ଜରୁରୀ କାଳୀନ ପରିସ୍ଥିତିରେ ବ୍ୟବହାର କରାଯିବ

16

ଦେଶରେ ବର୍ତ୍ତମାନ ଓମିକ୍ରନ ସଂକ୍ରମଣ ବୃଦ୍ଧି ହାର କୁ ଦେଖି ଡସିଜିଆଇର ଅନୁମୋଦିତ କରୋନା ନିରୋଧୀ କ୍ୟାପସୁଲ ‘ମୋଲନୁପିରାଭିର‘ ଆଜିଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବାକୁ ଯାଉଛି । ଏହି କ୍ୟାପସୁଲର ଦାମ କଥା ଯଦି ଆଲୋଚନା କରିବା ତେବେ ଗୋଟିଏ କ୍ୟାପସୁଲର ଦାମ ମେଡିକାଲ ଷ୍ଟୋରରେ ୬୩ ଟଙ୍କା ରହିଛି ର ଏହାସହ ମେଡିସିନ ନିର୍ମାତା କମ୍ପାନୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି କି ଡାକ୍ତରଙ୍କ ବିନା ପେସକ୍ରିପସନରେ ଏହି ଔଷଧ ବିକ୍ରି କରାଯାଇପାରିବ ନାହିଁ । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ସିଡିସିଏସସିଓ ର ଏକ୍ସପର୍ଟ କମିଟି କିଛିଦିନ ତଳେ ମୋଲନୁପିରାବିର କ୍ୟାପସୁଲକୁ ଜରୁରୀକାଳୀନ ସ୍ଥିତିରେ ଉପଯୋଗ କରିବାକୁ ସୁପାରିଶ କରିଥିଲା ।
କୋଭିଡ-୧୯ ର ଜରୁରୀ ସ୍ଥିତି ଓ ମେଡିକାଲ ଆବଶ୍ୟକତାକୁ ଧାନରେ ରଖି ସମିତି ତରଫରୁ ଦେଶରେ ଜରୁରୀ କାଳୀନ କରୋନା ସ୍ଥିତିରେ ଏହି ଔଷଧ ବ୍ୟବହାର କରିବାକୁ ଅନୁମତି ଦେବାକୁ ସୁପାରିଶ କରିଥିଲା । ଏହି ଔଷଧର ବ୍ୟବହାର ବୟସ୍କ ଓ ଗମ୍ଭୀର ରୋଗରେ ପୀଡିତ ଥିବା ଲୋକମାନେ କରିପାରିବେ ବୋଲି ନିର୍ଦ୍ଦେଶ ରହିଛି । ଏହାସହ କୌଣସି ପରିସ୍ଥିତିରେ ୧୮ ବର୍ଷରୁ କମ ବୟସର ପିଲାମାନେ ଏହାକୁ ବ୍ୟବହାର କରି ପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ତେବେ ଆସନ୍ତା ଜାନୁୟାରୀ ୩ ତାରିଖରୁ ୧୫-୧୮ ବର୍ଷ ପିଲାମାନଙ୍କର ଟୀକାକରଣ ହେବାକୁ ଯାଉଥିବାବେଳେ ଜାନୁୟାରୀ ୧ ତାରିଖରୁ ସ୍କୁଲ ଆଇଡି କାର୍ଡ ଦେଖାଇ ପଞ୍ଜିକରଣ କରି ପାରିବେ ବୋଲି ରାଜ୍ୟ ଟୀକାକରଣ ନୋଡାଲ ଅଫିସର ସୂଚନI ଦେଇଛନ୍ତି I

Leave A Reply

Your email address will not be published.