ରନ୍ଧନ ତେଲ ଦର କମିଲା

0 23

ଶସ୍ତା ହେଲା ଖାଇବା ତେଲ ଦର । କେନ୍ଦ୍ର ସରକାର ସନ୍‌ଫ୍ଲାୱାର ଅଏଲ୍‌ ଉପରୁ ଶୁଳ୍କ ହ୍ରାସ କରିବା ପରେ ତାହାର ଦାମ୍ ହ୍ରାସ ପାଇଛି। ଏ ସମ୍ପର୍କରେ ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲ୍‌ସର ବରିଷ୍ଠ ଉପସଭାପତି (ବିକ୍ରି ଓ ମାର୍କେଟିଂ) ପି ଚନ୍ଦ୍ରଶେଖର ରେଡ୍ଡି କହିଛନ୍ତି ଯେ ଭାରତର ପ୍ରାୟ ୭୦% ସନ୍‌ଫ୍ଲାୱାର ଅଏଲ୍ ଦକ୍ଷିଣ ଭାରତୀୟ ରାଜ୍ୟ ଓ ଓଡ଼ିଶାରେ ବ୍ୟବହାର ହୋଇଥାଏ I ଅଶୋଧିତ ସନ୍‌ଫ୍ଲାୱାର ଅଏଲ୍‌ ମୁଖ୍ୟତଃ ୟୁକ୍ରେନ ଓ ରୁଷିଆରୁ ଆମଦାନି କରାଯିବା ପରେ ତାହାକୁ କଂପାନିର କାକିନାଡା ଓ କ୍ରିଷ୍ଣାପଟ୍‌ନମ୍‌ରେ ଥିବା କାରଖାନାରେ ବିଶୋଧନ କରାଯାଏ। ବିଶ୍ବ ବଜାରରେ ଦାମ୍‌, ବୈଦେଶିକ ମୁଦ୍ରା ଦର, ଆମଦାନି ଶୁଳ୍କ, ପରିବହନ ଏବଂ ମାନୁଫାକ୍‌ଚରିଂ ଖର୍ଚ୍ଚ ଆଦି ହିସାବକୁ ନେଇ କଂପାନି ଏହାର ବିକ୍ରି ମୂଲ୍ୟ ନିର୍ଧାରଣ କରିଥାଏ। ଚଳିତ ବର୍ଷ ପ୍ରାରମ୍ଭିକ ମାସଗୁଡ଼ିକରେ ବିଭିନ୍ନ କାରଣ ଯୋଗୁଁ ସନ୍‌ଫ୍ଲାୱାର ଅଏଲ୍‌ର ଲିଟର ପିଛା ଦାମ୍ ୧୮୦ ଟଙ୍କାକୁ ବୃଦ୍ଧି ପାଇଥିଲା। ଭାରତ ସରକାର ଟିକସ ହ୍ରାସ ଭଳି ପଦକ୍ଷେପ ଗ୍ରହଣ କରିବାରୁ ତାହା ଫ୍ରିଡମ୍‌ ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ୍‌ର ମୂଲ୍ୟ ହ୍ରାସ କରିବାରେ ସହାୟକ ହୋଇଥିଲା।

। ସେହି ଅନୁସାରେ ବର୍ତ୍ତମାନ ଆଦାନି ୱିଲ୍‌ମାର ଏବଂ ରୁଚି ସୋୟା ସମେତ ଅଧିକାଂଶ ଖାଇବା ତେଲ କମ୍ପାନି ସେମାନଙ୍କ ଉତ୍ପାଦଗୁଡିକର ଏମ୍‌ଆର୍‌ପି ହ୍ରାସ କରିଛନ୍ତି । ଖାଉଟିଙ୍କୁ ଆଶ୍ୱସ୍ତି ଦେବା ଲାଗି କମ୍ପାନିଗୁଡିକ ସର୍ବୋଚ୍ଚ ଖୁଚୁରା ଦରରେ ୧୦ରୁ ୧୫% ହ୍ରାସ କରିଥିବା ଶିଳ୍ପସଂଘ ଏସ୍‌ଇଏ ପକ୍ଷରୁ ପ୍ରକାଶ ପାଇଛି ।ଶିଳ୍ପସଂଘ ସୋଲ୍‌ଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ(ଏସ୍‌ଇଏ) ଏହାର ବିବୃତିରେ ଉଲ୍ଲେଖ କରିଛି ଯେ, ଆମର ସଦସ୍ୟ କମ୍ପାନିଗୁଡିକ ଖାଉଟିଙ୍କ ଯନ୍ତ୍ରଣାକୁ ଲାଘବ କରିବା ପାଇଁ ସେମାନଙ୍କ ଉତ୍ପାଦଗୁଡିକର ଏମ୍‌ଆର୍‌ପିରେ ୧୦ରୁ ୧୫% ହ୍ରାସ କରିଛନ୍ତି ।

ସୂଚନାଯୋଗ୍ୟ, ଖାଇବା ତେଲର ବର୍ଦ୍ଧିତ ଦରରୁ ଖାଉଟିଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ଶିଳ୍ପନେତାମାନଙ୍କୁ ଭେଟିଥିଲେ ଏବଂ ଆମଦାନି ଶୁଳ୍କ ହ୍ରାସର ଲାଭ ଖାଉଟିଙ୍କୁ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.