‘କରୋନା ଭାଇରସ’ ବୟାନକୁ ନେଇ ବିବାଦ

29

ପୁଣି ଗେହେଲଟ – ପାଇଲଟ ବିବାଦ । ପାଇଲଟଙ୍କୁ ପରୋକ୍ଷରେ କରୋନା ଭାଇରସ କହିଲେ ଗେହେଲଟ । ଗେହେଲଟଙ୍କୁ କଡା ଜବାବ ଦେଲେ ପାଇଲଟ । ଚଳିତ ବର୍ଷ ହେବାକୁ ଯାଉଛି ରାଜସ୍ଥାନ ବିଧାନସଭା ନିର୍ବାଚନ। କଂଗ୍ରେସ ପୁଣି ଥରେ କ୍ଷମତାକୁ ଫେରିବାକୁ ପ୍ରୟାସ କରୁଛି। ହେଲେ କଂଗ୍ରେସର ଦୁଇ ପୁରୁଖା ନେତାଙ୍କ ମଧ୍ୟରେ ବିବାଦ ଥମିବାର ନା ନେଉ ନାହିଁ।ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଏବଂ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ କିଛିଦିନର ନୀରବତା ପରେ ପୁଣି ବିବାଦ ମୁଣ୍ଡ ଟେକିଛି। ସଚିନ ପାଇଲଟଙ୍କୁ ପରୋକ୍ଷରେ କରୋନା ଭାଇରସ ବୋଲି କହିଥିଲେ।

ଗତକାଲି ଏକ ସଭାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ ଇଙ୍ଗିତ କରି କହିଥିଲେ ‘ପୂର୍ବରୁ କରୋନା ଥିଲା। ଏବେ ଏକ ବଡ଼ କରୋନା ମଧ୍ୟ ଆମ ଦଳରେ ପ୍ରବେଶ କରିଛି। ପାଇଲଟ ଏହାର କଡା ଜବାବ ଦେଇଛନ୍ତି।ଏକ ରୢାଲିରେ ପାଇଲଟ୍‌ କହିଛନ୍ତି, ରାଜନୀତିରେ ଆତ୍ମନିୟନ୍ତ୍ରଣ ଏବଂ ଆତ୍ମଶୃଙ୍ଖଳା ଜରୁରୀ। ମୁଁ ଯେଉଁ ଶବ୍ଦ ନିଜେ ଶୁଣିବାକୁ ଚାହେନା ସେହି ଶବ୍ଦ ମୁଁ ମୋ ପ୍ରତିଦ୍ବନ୍ଦ୍ବୀଙ୍କ ପାଇଁ କେବେ ବ୍ୟବହାର କରିନାହିଁ। ଜଣେ ଜଣଙ୍କ ଜିଭକୁ ନିୟନ୍ତ୍ରଣ କରିବା ଉଚିତ। ଗାଳି ଗୁଲଜ କରିଦେବା ସହଜ। କିନ୍ତୁ କଥା ଫେରାଇ ନେବା ବହୁତ କଷ୍ଟ। ଗେହଲଟଙ୍କ ଉଦ୍ଦେଶ୍ୟରେ ପାଇଲଟଙ୍କ ଏହି ସ୍ପଷ୍ଟ ବାର୍ତ୍ତା ରାଜନୈତିକ ଉଷ୍ମତାକୁ ବଢ଼ାଇ ଦେଇଛି।

ତେବେ ଦେଖିବାକୁ ବାକି ରହିଲା ଏହି ବିବାଦ ରାଜସ୍ଥାନ ରାଜନୀତିରେ କଣ ପରିବର୍ତ୍ତନ ଆଣୁଛି।

Comments are closed, but trackbacks and pingbacks are open.