ବିବାଦୀୟ ଭିଡିଓ ମାମଲା: ଶର୍ମିଷ୍ଠା ପାନୋଲିଙ୍କୁ କଲିକତା ହାଇକୋର୍ଟ ଦେଲେ ଅନ୍ତରୀଣ ଜାମିନ

369

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ସମୟରେ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ ଗିରଫ କରାଯାଇଥିଲା। ଏବେ ଶର୍ମିଷ୍ଠାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି କଲିକତା ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଶର୍ମିଷ୍ଠାଙ୍କ ଉପରେ ଗୋଟିଏ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗ ଥିଲା। ତାଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇଥିଲା। କୋଲକାତାର ଗାର୍ଡେନରୀଚ୍ ଥାନା ପୋଲିସ ଶର୍ମିଷ୍ଠାକୁ ଗୁରୁଗ୍ରାମରୁ ଗିରଫ କରି କୋଲକାତାର ସିଟି କୋର୍ଟରେ ହାଜର କରିଥିଲା। ମାମଲାର ବିସ୍ତୃତ ଶୁଣାଣି ପରେ କୋର୍ଟ ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇ ଦେଇଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କୁ ଅନ୍ତରୀଣ ଜାମିନ ମିଳିଛି। ହାଇକୋର୍ଟ ୧୦,୦୦୦ ଟଙ୍କାର ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ରାଜା ବସୁ ଚୌଧୁରୀ ଶର୍ମିଷ୍ଠାଙ୍କ ମାମଲାର ଶୁଣାଣି କରୁଥିଲେ।

Comments are closed, but trackbacks and pingbacks are open.