ଆମେରିକୀୟ ସାଂସଦଙ୍କ ବିବାଦୀୟ ବିବୃତ୍ତି: ଭାରତୀୟମାନଙ୍କୁ ବାହାର କରିବା ପାଇଁ ଟ୍ରମ୍ଫଙ୍କୁ ନିବେଦନ

163

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡା ରାଜ୍ୟର ଜଣେ ନେତା ଚାଣ୍ଡଲର ଲାଙ୍ଗେଭିନ୍ ଆମେରିକାରେ ରହୁଥିବା ଭାରତୀୟଙ୍କ ବିଷୟରେ ବିବାଦୀୟ ବୟାନ ଦେଇଛନ୍ତି। ଯାହାପରେ ତାଙ୍କର ଏହି ବୟାନ ପାଇଁ କଠୋର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଭାରତୀୟଙ୍କୁ ଦେଶାନ୍ତର କରିବା ବିଷୟରେ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ସିଟି କାଉନସିଲ୍ ତାଙ୍କୁ ଭର୍ତ୍ସନା କରିଛି। ଅନେକ ସୋସିଆଲ ମିଡିଆ ପୋଷ୍ଟରେ ଫ୍ଲୋରିଡାର ସାଂସଦ ଆମେରିକାରୁ ଭାରତୀୟଙ୍କୁ ଦେଶାନ୍ତର କରିବାକୁ ଆହ୍ୱାନ କରିଥିଲେ। ଏପରି ଏକ ପୋଷ୍ଟରେ ସେ ଲେଖିଛନ୍ତି ଯେ, “ଏପରି ଜଣେ ବି ଭାରତୀୟ ନାହାନ୍ତି ଯିଏ ଆମେରିକାର ଚିନ୍ତା କରେ।” ସେ ଆହୁରି କହିଛନ୍ତି ଯେ, ସେମାନେ ଆମକୁ ଆର୍ଥିକ ଭାବରେ ଶୋଷଣ କରିବା ଏବଂ ଭାରତ ତଥା ଭାରତୀୟମାନଙ୍କୁ ସମୃଦ୍ଧ କରିବା ପାଇଁ ସେମାନେ ଏଠାରେ ଅଛନ୍ତି। ଆମେରିକୀୟମାନଙ୍କ ପାଇଁ ଆମେରିକା ଅଟେ। ନିଜ ବୟାନ ପାଇଁ ପ୍ରତିକ୍ରିୟାର ସମ୍ମୁଖୀନ ହେବା ପରେ ଆମେରିକୀୟ ନେତା ଚାଣ୍ଡଲର ଲାଙ୍ଗେଭିନ୍ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ମନ୍ତବ୍ୟ ଅସ୍ଥାୟୀ ଭିସା ଧାରକଙ୍କ ବିଷୟରେ ଥିଲା, ଭାରତୀୟ ଆମେରିକୀୟ ସମ୍ପ୍ରଦାୟଙ୍କ ବିଷୟରେ ନୁହେଁ। ଅନ୍ୟ ଏକ ପୋଷ୍ଟରେ ଲାଙ୍ଗେଭିନ୍ ଭାରତୀୟମାନଙ୍କୁ ଆମେରିକାର ଫାଇଦା ଉଠାଇବାର ଅଭିଯୋଗ କରିଥିଲେ।

Comments are closed, but trackbacks and pingbacks are open.