ଦୁର୍ଘଟଣାରେ ପ୍ରାଣ ହରାଇଲେ ବିବାଦୀୟ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ

19

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ । ଦିଲ୍ଲୀରୁ ଭଟିଣ୍ଡା ଯାଉଥିବା ସମୟରେ ସିଦ୍ଧୁଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ରାତି ୯.୩୦ ମିନିଟ ସମୟରେ ସିଦ୍ଧୁଙ୍କ କାର ଏକ ଲରିକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । କୁଣ୍ଡଲି-ମାନେଶ୍ୱର-ପାଲୱଲ ଏକ୍ସପ୍ରେସ ୱେରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଦୀପ ସିଦ୍ଧୁଙ୍କ ସହିତ ଯାତ୍ରା କରୁଥିବା ମହିଳା ଯାତ୍ରୀ ଜଣଙ୍କ ସୁରକ୍ଷିତ ଅଛନ୍ତି । ସିଦ୍ଧୁଙ୍କୁ ହସ୍ପିଟାଲ ଆଣିବା ବେଳକୁ ତାଙ୍କର ପ୍ରାଣହାନି ହୋଇ ସରିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଗତବର୍ଷ ୨୦୨୧ ଜାନୁୟାରୀ ୨୬ କୃଷି ଆଇନ ବିରୋଧରେ ଚାଷୀମାନେ କରିଥିବା ଟ୍ରାକ୍ଟର ରାଲି ବେଳେ ଯେଉଁ ପ୍ରବଳ ହିଂସାକାଣ୍ଡ ଘଟିଥିଲା, ତାହାର ପ୍ରଚ୍ଛଦ ରେ ଥିଲେ ଏହି ଅଭିନେତା । ଦୀପ ସିଦ୍ଧୁ ଚାଷୀଙ୍କୁ ଉସକାଇ ଲାଲକିଲ୍ଲାରେ ଜାତୀୟ ପତାକା ହଟାଇ ଖଲିସ୍ତାନୀ ପତାକା ଉଡ଼ାଇବା ସହ ହିଂସାକାଣ୍ଡ ଭିଆଇ ଥିଲେ । ଏହି ଘଟଣା ପରେ ସିଦ୍ଧୁ ପ୍ରାୟ ୧୫ ଦିନ ଧରି ଫେରାର ରହିଥିଲେ ଏବଂ ଶେଷରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା । ତେବେ ତାଙ୍କୁ ପରବର୍ତ୍ତୀ ଅବସ୍ଥାରେ ଜାମିନ ମିଳିଥିଲା। ଆଜି କିନ୍ତୁ ହରିଆଣାର ସୋନିପତ ନିକଟରେ ଘଟିଥିବା ଭୟଙ୍କର ସଡ଼କ ଦୁର୍ଘଟଣାରେ ଏହି ଯୁବ ଅଭିନେତାଙ୍କ ଦୁଃଖଦ ମୃତ୍ୟୁ ଘଟିଛି।

Comments are closed, but trackbacks and pingbacks are open.