ନୂଆ ରୂପରେ ପୁଣି ଆସିବ ବିବାଦୀୟ କୃଷି ଆଇନ୍ :କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର

0 23

ବହୁ ବାଦ ବିବାଦ ଦୀର୍ଘ ଦିନ ଧରି କୃଷକ ମାନଙ୍କ ଆନ୍ଦୋଳନ ପରେ କେନ୍ଦ୍ର ସରକାର ବିବାଦୀୟ ୩ କୃଷି ଆଇନ ପ୍ରତ୍ୟାହାର କରିଥିଲେ ତେବେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଶନିବାର କୃଷି ଉଦ୍ୟୋଗ ପ୍ରଦର୍ଶନୀ ‘ଏଗ୍ରି ଭିଜନ’ ଉଦଘାଟନରେ ଦେଇଥିବା ଭାଷଣ ଏବେ ସନ୍ଦେହ ସୃଷ୍ଟି କରିଛି i ମହରାଷ୍ଟ୍ରରେ ଏକ ସଭାରେ ଯୋଗ ଦେଇ ସେ ଏପରି କଥା କହିବା ପରେ ପୁଣିଥରେ କୃଷି ଆଇନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ସହିତ ମନ୍ତ୍ରୀ କହିଛନ୍ତି ପୁଣି ଥରେ ସଂସଦରେ କୃଷି ଆଇନ୍‌କୁ ଉପସ୍ଥାପନ କରାଯିବ I
କେତେକ ଲୋକଙ୍କ ହିଂସାତ୍ମକ ବିରୋଧ ଯୋଗୁ କୃଷି ଆଇନକୁ ପ୍ରତ୍ୟାହାର କରାଯାଇଛି ବୋଲି ତୋମାର କହିଛନ୍ତି । ଏହି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ହେବା ଘଟଣା ପାଇଁ ସେ କିଛି ଲୋକଙ୍କୁ ଦାୟୀ କରିଛନ୍ତି । ବିନା ଆଲୋଚନା ଓ ବିତର୍କରେ ଏହି କୃଷି ଆଇନକୁ ରଦ୍ଦ କରାଯାଇଛି। ସ୍ୱାଧୀନତାର ୭୦ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୃଷି କ୍ଷେତ୍ରରେ ବଡ଼ ସଂସ୍କାର ପାଇଁ ପଦେକ୍ଷପ ନିଆଯାଇଥିଲା। ହେଲେ କିଛି ଲୋକଙ୍କୁ ଏହି ଆଇନ ପସନ୍ଦ ଆସିଲା ନାହିଁ । କିନ୍ତୁ ସରକାର ଆଇନ ପ୍ରତ୍ୟାହାର କରି ଆଦୌ ନିରୁତ୍ସାହିତ ନୁହନ୍ତି। ଅମେ ଗୋଟିଏ ପାଦ ପଛେଇଛୁ। ପୁଣି ଆଗକୁ ବଢ଼ିବୁ। କାରଣ ଚାଷୀମାନେ ହେଉଛନ୍ତି ଦେଶର ମେରୁଦଣ୍ଡ ବୋଲି ସେ କହିଛନ୍ତି। ତେଣୁ ପରବର୍ତ୍ତୀ ସମୟରେ ଏହି ବିଲକୁ ପୁନର୍ବାର ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀ ତୋମାର କୃଷିକ୍ଷେତ୍ରରେ ବେସରକାରୀ ପୁଞ୍ଜି ନିବେଶ ପାଇଁ ମଧ୍ୟ ଆହ୍ୱାନ କରିଛନ୍ତି।

ସୂଚନା ଅନୁଯାୟୀ, ଦେଶ ବ୍ୟାପୀ ଲକ୍ଷ ଲକ୍ଷ ଚାଷୀ କୃଷି ଆଇନକୁ ବିରୋଧ କରି ଦୀର୍ଘ ଗୋଟିଏ ବର୍ଷ ଧରି ଆନ୍ଦୋଲନ କରିଥିଲେ। ଶେଷରେ ଚାଷୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଆଇକୁ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଥିଲେ। ସଂସଦର ଶୀତ ଅଧିବେଶନରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା।
ଆସନ୍ତାବର୍ଷ ୟୁପି ଓ ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଏହି ଆଇନ୍‌କୁ ପ୍ରତ୍ୟାହାର କରାଯାଇଥିବା କୁହାଯାଉଛି। ପଞ୍ଜାବ, ୟୁପି, ହରିଆଣା ଓ ରାଜସ୍ଥାନର ହଜାର ହଜାର ଚାଷୀ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ୨୦୨୦ ନଭେମ୍ବର ୨୬ରୁ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହା ବର୍ଷକ ପରେ ଶେଷ ହୋଇଛି।

Leave A Reply

Your email address will not be published.