ଭୁବନେଶ୍ୱର: ଫେବୃଆରୀ ୧୮ ରୁ ଆରମ୍ଭ ହେବ କଂଗ୍ରେସର ସଂକଲ୍ପ ପଦଯାତ୍ରା I ଏନେଇ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଦଯାତ୍ରା କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଡ଼ ଦେବାଶିଷ ପଟ୍ଟନାୟକ I ନୂତନ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦାଇତ୍ୱ ନେବା ପୂର୍ବରୁ ଭୁବନେଶ୍ୱର ରୁ ପୁରୀ ପଦଯାତ୍ରା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରି ନୂତନ ପିସିସି ସଭାପତି ରୂପେ ଦାଇତ୍ୱ ଗ୍ରହଣ କରିବେ। କୌଣସି ରାଜନୈତିକ ଦଳ ର ସଭାପତି ଦାଇତ୍ୱ ନେବା ପୂର୍ବରୁ ପଦଯାତ୍ରା କରି ମହାପ୍ରଭୁଙ୍କ ଆଶିର୍ବାଦ ଆଣି ଦାଇତ୍ୱ ଗ୍ରହଣ କରିନାହାଁନ୍ତି।ଏହା ଏକ ଐତିହାସିକ ପଦଯାତ୍ରା ହେବ ବୋଲି କହିଛନ୍ତି ଦେବାଶିଷ ପଟ୍ଟନାୟକ ।
ସଂକଳ୍ପ ପଦଯାତ୍ରା ଆସନ୍ତା ୧୮ ତାରିଖ ମଙ୍ଗଳବାର ଦିନ ୧୦ ରୁ ଶିଶୁଭବନ,ରାଜମହଲ,କଳ୍ପନା,ରବି ଟକିଜ୍ ଦେଇ ବାହାରି ଲିଙ୍ଗିପୂର ଠାରେ ଦିନ ୧ ଟାରେ ପହଞ୍ଚିବା। ମଧ୍ୟାହ୍ନ ଭୋଜନ ବିରତ ପରେ ସେଠାରୁ ପଦଯାତ୍ରା ପୁନର୍ବାର ଆରମ୍ଭ ହୋଇ ପିପିଲି ଠାରେ ପହଞ୍ଚି ରାତ୍ରି ଯାପନ କରିବେ। ୧୯ ତାରିଖ ସକାଳ ୭ ଟା ରେ ସଂକଳ୍ପ ପଦଯାତ୍ରା ପିପିଲି ଠାରୁ ଆରମ୍ଭ ହୋଇ ତେଇସିପୂର ଠାରେ ପହଞ୍ଚିବ,ମଧ୍ୟାହ୍ନ ଭୋଜନ ଓ ବିରତି ପରେ ପୁନର୍ବାର ପଦଯାତ୍ରା ଆରମ୍ଭ ହୋଇ ଚନ୍ଦନପୁର ଠାରେ ରାତ୍ରି ଯାପନ କରିବେ।
ସେହିଭଳି ୨୦ ତାରିଖ ସକାଳେ ପଦଯାତ୍ରା ଚନ୍ଦନପୁର ରୁ ବାହାରି ବାଟ ମଙ୍ଗଳା ଠାରେ ମଧ୍ୟାହ୍ନଭୋଜନ କରିବା ପରେ ଅପରାହ୍ନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିବେ ନବ ନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଅନ୍ୟ କଂଗ୍ରେସ ନେତୃବୃନ୍ଦ।ଶ୍ରୀମନ୍ଦିରରୁ ଦର୍ଶନ କରି ଫେରିଲା ପରେ ବଡ଼ଦାଣ୍ଡରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ।ମହାପ୍ରଭୁଙ୍କ ଦର୍ଶନ ଓ ଆଶିର୍ବାଦ ଭିକ୍ଷା ନ ସରିବା ପର୍ଯ୍ୟନ୍ତ କୌଣସି ରାଜନୈତିକ ବକ୍ତବ୍ୟ ରଖିବେ ନାହିଁ ବୋଲି ଡ଼ ପଟ୍ଟନାୟକ କହିଛନ୍ତି।ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ରାଜ୍ୟ କଂଗ୍ରେସ ଦଳକୁ ରାଜ୍ୟରେ ୧ ନମ୍ୱର ରାଜନୈତିକ ଦଳ ଭାବେ ପ୍ରତିଷ୍ଠିତ କରାଇବା ଏବଂ ସଫଳ ଓଡ଼ିଶାର ରୂପାୟନ ସହ ଓଡ଼ିଶାର ଉନ୍ନତି କାମନା କରିବା ହିଁ ପଦଯାତ୍ରାର ମୂଳ ଲକ୍ଷ। ତିନିଦିନ ଧରି ଚାଲିବାକୁ ଥିବା ସଂକଳ୍ପ ପଦଯାତ୍ରା ଓଡ଼ିଶାର ସଂସ୍କୃତି ଏବଂ ଐତିହ୍ୟକୁ ନେଇ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।
Comments are closed, but trackbacks and pingbacks are open.