ଆଜି ଭୁବନେଶ୍ବରରେ ଗର୍ଜ୍ଜନ କରିବ କଂଗ୍ରେସ

109

ଭୁବନେଶ୍ବର: ଆଜି ରାଜଧାନୀ ବୁକୁରେ ଗର୍ଜନ କରିବ ପ୍ରଦେଶ କଂଗ୍ରେସ। କାରଣ ଭୁବନେଶ୍ବର ଆସିଛନ୍ତି ରାହୁଳ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ। ବରମୁଣ୍ଡା ପଡିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ଆନ୍ଦୋଳନରେ ଯୋଗଦେବେ। ଏ ନେଇ କଂଗ୍ରେସ ତରଫରୁ ବରମୁଣ୍ଡା ପଡିଆରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବିମାନ ବନ୍ଦର ରୁ ସିଧା ବରମୁଣ୍ଡା ପଡିଆ ଯିବେ। ରାସ୍ତାରେ ବିଭିନ୍ନ ଛକରେ ରାହୁଲଙ୍କ ସ୍ୱାଗତ ପାଇଁ ରହିବେ କଂଗ୍ରେସ କର୍ମୀ। ମଧ୍ୟାହ୍ନ ୧୨ଟାରେ ସଭାରେ ଯୋଗ ଦେବେ। ସଭା ସରିବା ପରେ ଚାଷୀଙ୍କ ଦୁଇଟି ପ୍ରତିନିଧି ଦଳକୁ ସେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ଣ ୩ଟାରେ କଂଗ୍ରେସ ଭବନରେ ବସିବ ବଡ଼ ବୈଠକ। ପ୍ରଥମେ ପଲିଟିକାଲ ଏଫାୟର୍ସ କମିଟି ସହ ବୈଠକ କରିବେ ରାହୁଲ ଓ ଏଆଇସିସି ସଭାପତି। ଏହା ପରେ ବିଧାୟକ ଓ ପିସିସି କାର୍ଯ୍ୟକର୍ତ୍ତାଙ୍କ ସହ ହେବ ଆଲୋଚନା। ସନ୍ଧ୍ୟା ୫ଟାରେ ଦିଲ୍ଲୀ ଫେରିଯିବେ।

Comments are closed, but trackbacks and pingbacks are open.