ଆଜିଠୁ କଂଗ୍ରେସ କରିବ ପଦଯାତ୍ରା !

204

ଭୁବନେଶ୍ୱର: ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଛି କଂଗ୍ରେସ ‘ମିଶନ୍ ୨୦୨୪’ । ନିର୍ବାଚନ ପୂର୍ବରୁ ଦଳ ନିଜର ଦବଦବା ଆରମ୍ଭ କରିବା ପାଇଁ ଏହି ପଦଯାତ୍ରାରେ ପ୍ରୟାସ କରିବ । ରାଜ୍ୟବାସୀଙ୍କ ହୃଦୟରେ ନୂଆ ଜାଗା ପାଇବା ପାଇଁ ଉଦ୍ୟମ କରିବ ପ୍ରଦେଶ କଂଗ୍ରେସ । ରାଜ୍ୟବ୍ୟାପୀ ପଦଯାତ୍ରା କରି ସରକାରଙ୍କ ବିଫଳତାକୁ ସାଧାରଣରେ ଦେଖାଇବ ଦଳ । ତେବେ କେନ୍ଦ୍ରରେ ବିଜେପି ସରକାର ଏବଂ ରାଜ୍ୟରେ ବିଜେଡି ସରକାର ଥାଇ ମଧ୍ୟ କେଉଁସବୁ କ୍ଷେତ୍ରରେ ବିଫଳତା କରିଛି ତାହାକୁ ଲୋଲୋଚନକୁ ଆଣିବା କଂଗ୍ରେସର ଉଦ୍ଦେଶ୍ୟ । ଏହି ପଦଯାତ୍ରା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

ସୂଚନା ଅନୁସାରେ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଗତକାଲି ଏକ ବୈଠକରେ କହିଥିଲେ ଯେ, ୫ ତାରିଖ(ଆଜି)ଠାରୁ ଅକ୍ଟୋବର ମାସ ୧୫ ତାରିଖ ପର୍ୟ୍ୟନ୍ତ ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ କଂଗ୍ରେସ ପଦଯାତ୍ରା କରିବ । ଏହାସହିତ ଘରକୁ ଘରୁ ପହଂଚି ୨୪ ବର୍ଷର ନବୀନ ସରକାର ଏବଂ କେନ୍ଦ୍ରରେ ୯ ବର୍ଷରୁ ଅଧିକ ସମୟ ଧରି ରହିଥିବା ବିଜେପି ସରକାର ଜନସାଧାରଣଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି ବୋଲି ଏହାର ଏକ ପ୍ରଚାର ପତ୍ର ଗଣମାଧ୍ୟମ ସମ୍ମୁଖରେ ଉନ୍ମୋଚନ କରିବ । ଆଜି ପର୍ୟ୍ୟନ୍ତ ୨ ଦଶନ୍ଧିରୁ ଅଧିକ ଧରି ଓଡ଼ିଶାରେ ବିଜେଡ଼ି ସରକାର ଶାସନରେ ଥିଲେ ମଧ୍ୟ ଓଡ଼ିଶାର ସାମଗ୍ରିକ ସ୍ଥିତି ଅତ୍ୟନ୍ତ ଖରାପ ପରିସ୍ଥିତି ଦେଇ ଗତି କରୁଛି ।

୨ ଲକ୍ଷ ନିଯୁକ୍ତି, ରାଜ୍ୟର ପ୍ରତି ବ୍ଲକରେ ୪୫ ପ୍ରତିଶତ ଜଳସେଚନ, ସମସ୍ତଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା, ଗୁଣାତ୍ମକ ଶିକ୍ଷା, ସମାଜର ବିଭିନ୍ନ ବର୍ଗର ବରିଷ୍ଠ ନାଗରିକ, ସାମାଜିକ ସୁରକ୍ଷା, କୃଷକର ଆୟ ଦ୍ୱିଗୁଣିତ ହେବା କଥା, ମହିଳାମାନଙ୍କର ସୁରକ୍ଷା, ଦାଦନ ଶ୍ରମିକ ବନ୍ଦ ପ୍ରଥା ଓ ରାଜ୍ୟରେ କୃଷିଭିତିକ ଶିଳ୍ପ କରିବା କଥା ସବୁ ଆଦି ବିଫଳ ହୋଇଛି । ପ୍ରଦେଶ କଂଗ୍ରେସ କମିଟିର ଇସ୍ତାହାର କମିଟିର ଅଧ୍ୟକ୍ଷ ପଂଚାନନ କାନୁନ୍ଗୋ କହିଲେ, ଆମେ ଯେଉଁ ପ୍ରଚାର ପତ୍ର ଲେଖିଛୁ ଏବଂ ଜନସାଧାରଣଙ୍କ ପାଖରେ ପହଂଚାଇବୁ । ଯଦି ଏଥିରେ ଗୋଟିଏ ବି ମିଛ ଅଛି ଉଭୟ ଦଳ ଏହାକୁ ଖଣ୍ଡନ କରିବାର ସାହସ କରନ୍ତୁ ।

Comments are closed, but trackbacks and pingbacks are open.