୨୪ରେ କ୍ଷମତାକୁ ଆସିବ କଂଗ୍ରେସ : ଶିବଲ

35

ସରଗର ହେଉଛି ରାଜନୀତି । ଖରା ଯେତେ ବଢୁଛି ରାଜନୈତିକ ପାଣିପାଗ ସେତେ ଉଷ୍ମ ହେଉଛି । ନିଜ ନିଜ ଦଳକୁ ଆଗକୁ ବଢିବାକୁ ନେଇ ନେତା ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି । ସେହିପରି ଲୋକସଭା ନିର୍ବାଚନ ସମ୍ପର୍କରେ ରାଜ୍ୟସଭା ଏମପି କପିଲ ସିବଲ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସିବଲ କହିଛନ୍ତି , ଭାଜପା ବିରୋଧରେ ୨୦୨୪ ନିର୍ବାଚନରେ ଜିତିବା ପାଇଁ କଂଗ୍ରେସ ଅନ୍ୟ ରାଜନୈତିକ ଦଳ ସହ ମିଳିତ ମେଣ୍ଟର ଅଂଶ ହେବା ଉଚିତ। ମିଳିତ ମେଣ୍ଟର କେନ୍ଦ୍ରରେ କଂଗ୍ରେସ ରହିବା ଉଚିତ। ଏକ ଶକ୍ତିଶାଳୀ ମେଣ୍ଟ ଗଠନ ପାଇଁ ପରସ୍ପରର ଚିନ୍ତାଧାରାକୁ ସମାଲୋଚନା କରୁଥିବା ସମୟରେ ସମସ୍ତ ବିରୋଧୀ ଦଳ ସମ୍ବେଦନଶୀଳ ହେବା ଉଚିତ।

ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ବିରୋଧ କରୁଥିବା ସମସ୍ତ ରାଜନୈତିକ ଦଳ ପ୍ରଥମେ ଏକ ସାଧାରଣ ପ୍ଲାଟଫର୍ମ ଖୋଜିବାକୁ ସେ ଆହ୍ନାନ ଦେଇଛନ୍ତି। ଏହି ସାଧାରଣ ପ୍ଲାଟଫର୍ମ ମଧ୍ୟ ତାଙ୍କର ନୂତନ ଭାବରେ ଗଠିତ ‘ଇନସାଫ’ ପ୍ଲାଟଫର୍ମ ହୋଇପାରେ, ଯାହା ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ପାଇଁ ଗଠିତ ହୋଇଛି। ବିରୋଧୀ ଦଳର ନେତୃତ୍ୱର ପ୍ରଶ୍ନର ଉତ୍ତର ଏହି ପର୍ଯ୍ୟାୟରେ ଦେବାର ଆବଶ୍ୟକତା ନାହିଁ। ସେ ୨୦୦୪ ର ଉଦାହରଣ ମଧ୍ୟ ଦେଇଛନ୍ତି। ଯେତେବେଳେ ବିରୋଧୀଦଳର ମୁଖ୍ୟ ଘୋଷିତ ହୋଇ ନଥିଲେ ମଧ୍ୟ ଲୋକସଭା ନିର୍ବାଚନ ପରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ତତ୍କାଳୀନ ସରକାର କ୍ଷମତାରୁ ହଟାଇ ଦିଆଯାଇଥିଲା।

ଗୌତମ ଆଦାନୀଙ୍କ ଉପରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବିବୃତ୍ତି ନେଇ ସିବଲ କହିଛନ୍ତି, ଯଦି ଆପଣ ସମସ୍ୟା ହ୍ରାସ ନ କରନ୍ତି ତେବେ ରାଜନୈତିକ ଦଳ ମଧ୍ୟରେ ମତଭେଦ ରହିବ। ଯଦି ଆପଣଙ୍କର ଏକ ବ୍ୟାପକ ସହଯୋଗୀ ପ୍ଲାଟଫର୍ମ ଅଛି। ଯାହା ସଂକୀର୍ଣ୍ଣ ପ୍ରସଙ୍ଗଗୁଡିକ ସହିତ ମୁକାବିଲା କରେ ନାହିଁ, ତେବେ ବିଭିନ୍ନ ଦଳ ମଧ୍ୟରେ ସହମତି ହେବାର ସମ୍ଭାବନା ବହୁତ ଅଧିକ ରହିବ।

Comments are closed, but trackbacks and pingbacks are open.