MMDR ବିଲ୍‌କୁ ନେଇ ୨୯ରେ ବିଧାନସଭା ଘେରାଉ କରିବ କଂଗ୍ରେସ

10

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ଏମଏମଡିଆର ବିଲ୍କୁ ବିରୋଧ କରି ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ ବ୍ଲକ ନିଷ୍ପତ୍ତି ନେଇଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ସେ କହିଛନ୍ତି, ଏହି ବିଲ୍ ଓଡ଼ିଶାକୁ କ୍ଷତି ଦେଇଛି । ଏହା ପ୍ରତ୍ୟାହାର କରିବାକୁ କଂଗ୍ରେସ ଓ ୮ଟି ରାଜନୈତିକ ଦଳ ଦାବି କରିଛନ୍ତି । ଏମଏମଡିଆର ବିଲ୍ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟ ତାର ପ୍ରତିବାଦ କାର୍ଯ୍ୟକ୍ରମ ଜାରି ରଖିବ ଏବଂ ଆଗକୁ ଏହା ମହା ଆନ୍ଦୋଳନର ରୂପ ନେବ । ଓଡ଼ିଶା ପାଇଁ ଏମଏମଡିଆର ବିଲ୍ ଏକ ଲଜ୍ୟାର ବିଷୟ । କାହିଁକି ବିଜେପିର ୨୦ ଜଣ MP ନୀରବ ରହିଛନ୍ତି କଂଗ୍ରେସ ପ୍ରଶ୍ନ କରିଛି । ଯାହାକୁ ନେଇ ଆସନ୍ତା ୨୯ ତାରିଖ ଦିନ ବିଧାନସଭା ଘେରାଉ କରିବ କଂଗ୍ରେସ । ସେହି ୨୯ ତାରିଖରେ ଇଣ୍ଡିଆ ମେଣ୍ଟ ଘୋଷଣା କରିବ କେଉଁ ଦିନ ଓଡ଼ିଶା ବନ୍ଦ ଡାକରା ଦିଆଯିବ । ୨୯ ତାରିଖ ପୂର୍ବରୁ ରାଜ୍ୟର ୪ଟି ସ୍ଥାନ ସୁନ୍ଦରଗଡ଼, ରାୟଗଡା, ଅନୁଗୁଳ ଓ କେନ୍ଦୁଝରରେ ବିଭିନ୍ନ ଦିନ ବଡ଼ ଆନ୍ଦୋଳନ ହେବ । ବିଜେଡି ମଧ୍ୟ ଏହି ଆନ୍ଦୋଳନ କରୁଛି ଏହାକୁ ମଧ୍ୟ ସ୍ୱାଗତ ବୋଲି କହିଛନ୍ତି ପିସିସି ସଭାପତି ।

Comments are closed, but trackbacks and pingbacks are open.