ସୋନିଆ ଓ ରାହୁଳଙ୍କ ନାମରେ ଚାର୍ଯ୍ୟସିଟ, ଭୁବନେଶ୍ବର ଇଡି ଅଫିସ ଘେରାଉ କଲା କଂଗ୍ରେସ

100

ଭୁବନେଶ୍ବର: ଆଜି ଓଡିଶା କଂଗ୍ରେସ ଭୁବନେଶ୍ବର ଇ଼ଡି ଅଫିସ ଆଗରେ ଆନ୍ଦୋଳନ କରିଛି। ଗତକାଲି ଇଡି କଂଗ୍ରେସର ସୋନିଆ ଏବଂ ରାହୁଳ ଗାନ୍ଧୀଙ୍କ ସମେତ ବହୁ ନେତାଙ୍କ ନାମରେ ଚାର୍ଯ୍ୟସିଟ ଦାଖଲ କରିଛି। ଏହା ବିରୋଧରେ ପ୍ରଦେଶ କଂଗ୍ରେସ ଭୁବନେଶ୍ବର ଇଡି ଅଫିସ ଆଗରେ ଧାରଣ ଦେଇଛି। ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଗଣ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ନ୍ୟାସନାଲ ହେରାଲ୍ଡ ଖବରକାଗଜକ ପାଇଁ କଂଗ୍ରେସ ଶାସନର ଥିବା ବେଳେ ବହୁ ଜମି କମ ମୂଲ୍ୟରେ କିଣି ନେଇଛି। ଏଥିସହିତ ଏହି କଂପାନୀ ମାଧ୍ୟମରେ ମନି ଲଣ୍ଡରିଂ କାରବାର କରାଯାଉଥିଲା ବୋଲି ଇଡି ତଦନ୍ତ କରିଛି। ଏହାପରେ ଇଡି ଗତକାଲି କୋର୍ଟରେ ଏହି ମାମଲାର ଚାର୍ଯ୍ୟସିଟ ଦାଖଲ କରିଛି। ଏଥିରେ କଂଗ୍ରେସର ସୋନିଆ, ରାହୁଳଙ୍କ ସହିତ ସାମ ପିଟ୍ରୋଡାଙ୍କ ନାମ ମଧ୍ୟ ରହିଛି। ଏହି ଆନ୍ଦୋଳନରେ ସଭାପତି ଭକ୍ତ ଦାସଙ୍କ ସହିତ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ପ୍ରମୁଖ ଯୋଗ ଦେଇଥିଲେ।

Comments are closed, but trackbacks and pingbacks are open.