ସିବିଏସ୍ଇ ସିଲାବସ୍ କୁ ନେଇ ଲୋକସଭାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଉଠାଇଲେ ପ୍ରସଙ୍ଗ

21

ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି । ଆଜି (ସୋମବାର) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲୋକସଭାରେ ସିବିଏସ୍ଇ ସିଲାବସ୍ ପ୍ରସଙ୍ଗ ଉଠାଇଛନ୍ତି । ସିବିଏସ୍ଇ ସିଲାବସରେ ମହିଳାଙ୍କ ପାଇଁ ଆପତ୍ତିଜନକ ବିଷୟବସ୍ତୁ ରହିଥିବା ବିଷୟରେ ସୋନିଆ ଗାନ୍ଧୀ ସ୍ୱର ଉତ୍ତୋଳନ କରିଥିଲେ। ସୋନିଆ ଗାନ୍ଧୀ କହିଛନ୍ତି ଯେ ଶିକ୍ଷା ମନ୍ତ୍ରଣାଳୟ ଲିଙ୍ଗ ଗତ ସମାନତାକୁ ନେଇ ସମ୍ବେଦନଶୀଳ ହେବା ଉଚିତ୍।
ଲୋକସଭାରେ ସୋନିଆ ଗାନ୍ଧୀ କହିଛନ୍ତି ଯେ ସିବିଏସ୍ଇ ସିଲାବସରେ ମହିଳାଙ୍କ ବିଷୟରେ ଯାହା ଆପତ୍ତିଜନକ ବିଷୟବସ୍ତୁ ତୁରନ୍ତ ହଟାଯିବା ଉଚିତ୍। ମହିଳାଙ୍କ ଅପମାନକୁ ବରଦାସ୍ତ କରାଯିବ ନାହିଁ। ମହିଳାମାନଙ୍କୁ ଅପମାନିତ କରିଥିବାରୁ CBSE ଏବଂ ଶିକ୍ଷା ମନ୍ତ୍ରଣାଳୟ କ୍ଷମା ମାଗିବା ଉଚିତ୍ ଇ ସୋନିଆ ଗାନ୍ଧୀ କହିଛନ୍ତି ଯେ ଦଶମ ଶ୍ରେଣୀ ଇଂରାଜୀ ପେପର ରେ ଏକ୍ସରସାଇଜ ଥିଲା ଯେଉଁଥିରେ ଘରେ ଘରେ କିଶୋର ମାନଙ୍କ ଅନୁଶାସନ ହୀନତାକୁ ନାରୀବାଦୀ ବିଦ୍ରୋହ ଏବଂ ପତ୍ନୀଙ୍କ ଦାସତ୍ୱ ପ୍ରଥା କାରଣ ପାଇଁ ଦାୟୀ କରାଯାଇଥିଲା। ତେଣୁ ଏହାକୁ CBSE ସିଲାବସ୍ ରୁ ହଟାଇବା ଉଚିତ୍ I
ଏହା ସହିତ ସାଂସଦ ସୋନିଆ ଗାନ୍ଧୀ କହିଛନ୍ତି ଯେ ସିବିଏସଇ କିପରି ଏତେ ବଡ ଭୁଲ କରିଛି ତାହାର ସମୀକ୍ଷା କରାଯିବା ଉଚିତ ଏବଂ ନିଷ୍ପତ୍ତି ନିଆଯିବା ଉଚିତ ଯେ ମହିଳାଙ୍କ ବିରୋଧରେ ଆପତ୍ତିଜନକ ବିଷୟବସ୍ତୁ ସିଲାବସରେ ଅନ୍ତର୍ଭୂକ୍ତ କରାଯିବା ଉଚିତ ନୁହେଁ।

Leave A Reply

Your email address will not be published.