ସ୍ଥଗିତ ହେଲା କଂଗ୍ରେସ ରାଲି!

29

ସରଗରମ ହେଉଛି କର୍ଣ୍ଣାଟକ ରାଜନୀତି । କର୍ଣ୍ଣାଟକରେ ୧୦ ମେ’ରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିପାଇଁ କୋଲାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ରାଲି ପୁଣି ଥରେ ସ୍ଥଗିତ ହୋଇଯାଇଛି । ଏଥର ରାହୁଲଙ୍କ ରାଲି ୧୬ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ଦଳ ପକ୍ଷରୁ ମିଳିଥିବା ବିଶେଷ ସୂଚନା ଅନୁଯାୟୀ, ରାଲି ସ୍ଥଗିତ ହେବାର କାରଣ ହେଉଛି କୋଲାର ବିଧାନସଭା ଆସନକୁ ନେଇ ଫସି ରହିଥିବା ପେଞ୍ଚ । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ତାଙ୍କର ପରମ୍ପରାଗତ ବରୁଣା ଆସନ ବ୍ୟତୀତ କୋଲାରରୁ ବି ନିର୍ବାଚନ ଲଢିବାକୁ ଚାହୁଁଛନ୍ତି । ସେଥିପାଇଁ କୋଲାର ଆସନର ମାମଲା ହାଇକମାଣ୍ଡଙ୍କ ଉପରେ ଛାଡି ଦିଆଯାଇଛି ।

କୋଲାର ଆସନକୁ ନେଇ ନିଷ୍ପତ୍ତି ନ ଯିଆଯାଇପାରିବା କାରଣରୁ ରାହୁଲଙ୍କ କୋଲାର ରାଲିର ତାରିଖକୁ ତୃତୀୟ ଥର ପରିବର୍ତ୍ତନ କରିବାକୁ ପଡିଛି ।

Comments are closed, but trackbacks and pingbacks are open.