ଯୁବ କଂଗ୍ରେସ ସଭାପତିଙ୍କୁ ବିଜେଡିର ଆକ୍ରମଣ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା

17

କୁଚିଣ୍ଡାରେ ବିଜେଡି କର୍ମୀଙ୍କ ଦ୍ୱାରା ଜିଲ୍ଲା ଯୁବ କଂଗ୍ରେସ ସଭାପତିଙ୍କୁ ପୋଲିସ ସାମ୍ନାରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା I ସେଠାରେ ପୋଲିସ ଥିଲା ନିରବ ଦ୍ରଷ୍ଟା I ବିଜେଡି ରାଜ ରେ ଚାଲିଛି ଗୁଣ୍ଡାଗର୍ଦ୍ଦି I ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ I ବିଜେଡି ଶାସନକାଳରେ ରାଜ୍ୟରେ ଗଣତନ୍ତ୍ର ନାହିଁ। ଏହା ସହିତ ମମିତା ହତ୍ୟା କାରି ତଥା ସେଥିରେ ସମ୍ପୃକ୍ତ ଥିବା ମନ୍ତ୍ରୀ ଙ୍କ ଵିରୋଦ୍ଧ ରେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏହାକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଦେଇଛନ୍ତି ଏହି ପ୍ରତିକ୍ରିୟା । ସେ କହିଛନ୍ତି ଜିଲ୍ଲା ଯୁବ କଂଗ୍ରେସ ସଭାପତିଙ୍କୁ ପୋଲିସ ସାମ୍ନାରେ ମାଡ଼ ହେଉଛି। ଡିଜି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ବିଫଳ । ତେଣୁ ମୁଖ୍ୟମନ୍ତ୍ରୀ ବି ଚୁପ ନରହି ସେ ଇସ୍ତଫା ଦିଅନ୍ତୁ। ଦିବ୍ୟଶଙ୍କରଙ୍କୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ, ତାଙ୍କୁ ଗିରଫ କରାଯାଉ। ନଚେତ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇ ପୁନର୍ବାର ନିର୍ବାଚନର ସମ୍ମୁଖୀନ ହୁଅନ୍ତୁ। ଗଣମାଧ୍ୟମ ବି ମୁଖ୍ୟମନ୍ତ୍ରୀଙ୍କ ଅସଲ ଚେହେରା ସାମନାକୁ ଆଣୁ। କଳାହାଣ୍ଡି ସଭାରେ ଦିବ୍ୟଶଙ୍କରଙ୍କୁ ଷ୍ଟେଜରେ ବସାନ୍ତୁନି ମୁଖ୍ୟମନ୍ତ୍ରୀ। ଆମେ ବିରୋଧ କରିବୁ। ସେପଟେ ଦରଦାମ ବୃଦ୍ଧି ଉପରେ ବିଜେଡି ଏଯାଏଁ ଚୁପ ଥିଲା। ଦିବ୍ୟଶଙ୍କର ଇସ୍ୟୁ ଉଠିବାରୁ ଏବେ ବିରୋଧ ଆରମ୍ଭ କରିଛି ବିଜେଡି । ତେଣୁ ବିଜେଡି ଘଟଣାକୁ ସମ୍ପୂର୍ଣ୍ଣ ଡାଇଭର୍ଟ କରିବା ପାଇଁ ଦରଦାମ ବୃଦ୍ଧି କୁ ଆଳ କରି ଲୋକଙ୍କ ସାମ୍ନାକୁ ଆଣିଛି I ତେବେ ଜନସାଧାରଣ ସମସ୍ତ ଚାଲ ବୁଝିଛନ୍ତି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି I

Leave A Reply

Your email address will not be published.